www.samajalive.in
Friday, December 12, 2025
17.1 C
Bhubaneswar

ବିଶ୍ବକପ୍‌ କ୍ରିକେଟ – ହାର୍ଦିକ ବାଦ୍‌, ପ୍ରସିଦ୍ଧ ସାମିଲ

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ଅପରାଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତକୁ ବଡ଼ ଝଟ୍‌କା ଲାଗିଛି। ତାରକା ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆହତ ଯୋଗୁ ବିଶ୍ବକପର ଅବଶିଷ୍ଟ ମ୍ୟାଚରୁ ଓହରି ଯାଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏ ସୂଚନା ଦେଇଛନ୍ତି। ହାର୍ଦିକଙ୍କ ସ୍ଥାନରେ କର୍ଣ୍ଣାଟକର ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି। ପ୍ରସିଦ୍ଧ ପ୍ରଥମ ଥର ପାଇଁ ବିଶ୍ବକପ ଦଳରେ ସାମିଲ ହୋଇଛନ୍ତି। ପ୍ରସିଦ୍ଧ ରବିବାର କଲକାତାରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ଦଳ ସହିତ ଯୋଗ ଦେଇଛନ୍ତି।

ଗତ ଅକ୍ଟୋବର ୧୯ରେ ପୁଣେରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦିକ ଆହତ ହୋଇଥିଲେ। ତାଙ୍କ ଗୋଡ଼ ଗଣ୍ଠିରେ ଆଘାତ ଲାଗିଥିଲା। ସେ ନିଜର ପ୍ରଥମ ଓଭରର ୩ୟ ବଲ ପକାଇବା ବେଳେ ତାଙ୍କ ଗୋଡ଼ ମୋଡ଼ି ହୋଇଯାଇଥିଲା। ଫଳରେ ସେ ତଳେ ପଡି ଯାଇଥିଲେ। ସେ ଆଉ ବୋଲିଂ କରିପାରିନଥିଲେ। ତାଙ୍କର ଅବଶିଷ୍ଟ ୩ ବଲକୁ ବିରାଟ କୋହଲି ପୂରଣ କରିଥିଲେ। ପରେ ସେ ବେଙ୍ଗାଲୁରୁସ୍ଥ ଜାତୀୟ କ୍ରିକେଟ ଏକାଡ଼େମୀରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।

- Advertisement -

ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତାରେ ଭାରତୀୟ ମ୍ୟାନେଜ୍‌ମେଣ୍ଟ ମଧ୍ୟ ଅନାବଶ୍ୟକ ରିସ୍କ ନେବାକୁ ଚାହଁୁ ନାହାନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଶେଷରେ ସେ ବିଶ୍ବକପରୁ ଓହରି ଯାଇଛନ୍ତି। ଅନ୍ୟପକ୍ଷରେ ବିଶ୍ବକପରୁ ବାଦ୍‌ ପଡିବା ପରେ ପାଣ୍ଡ୍ୟା ଭାବୁକ ହୋଇପଡିଛନ୍ତି। ସେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ବିଶ୍ବକପର ଅବଶିଷ୍ଟ ମ୍ୟାଚ ମୁଁ ଖେଳିପାରିବି ନାହିଁ ବୋଲି ବିଶ୍ବାସ କରିବା କଷ୍ଟକର। ମୁଁ ଉତ୍ସାହର ସହିତ ଦଳ ସହିତ ରହିବି ଏବଂ ପ୍ରତ୍ୟେକ ମ୍ୟାଚରେ ସେମାନଙ୍କୁ ଉତ୍ସାହିତ କରିବି। ଆପଣମାନଙ୍କ ଶୁଭେଚ୍ଛା, ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏହି ଦଳ ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ବୋଲି ପାଣ୍ଡ୍ୟା ଲେଖିଛନ୍ତି। ସୂଚନାଯୋଗ୍ୟ, ହାର୍ଦିକ ବିଶ୍ବକପର ପ୍ରଥମ ୪ଟି ମ୍ୟାଚ ଖେଳିଥିଲେ। ସେଥିମଧ୍ୟରୁ ଅଷ୍ଟ୍ରେଲିଆ ବିପକ୍ଷରେ ୧ଟି ୱିକେଟ ସହ ୧୧ରନ, ଆଫଗାନିସ୍ତାନ ବିପକ୍ଷରେ ୨ଟି ୱିକେଟ, ପାକିସ୍ତାନ ବିପକ୍ଷରେ ୨ଟି ୱିକେଟ ନେଇଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories