ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅର୍ନ୍ତଗତ ବାଲନ୍ଦାପଡ଼ା ଠାରେ ସ୍ୱାତୀ ଓ କ୍ରାଏର ମିଳିତ ସହଯୋଗରେ ପଂଚାୟତସ୍ଥରୀୟ ଗାଁ କଲ୍ୟାଣ ସମିତି ସଭ୍ୟ/ସଭ୍ୟାଙ୍କୁ ନେଇ ଏକ ସମ୍ମିଳନୀ ସ୍ଥାନିୟ ପଂଚାୟତ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମସ୍ଥରୀୟ ଶିଶୁ ମଙ୍ଗଳ, ଅଧିକାର ଓ ସୁରକ୍ଷା ବିଷୟରେ ସଚେତନେତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଂଚୟାତରାଜ ପ୍ରତିନିଧୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି ଓ ଆଶା କର୍ମୀ, ସ୍କୁଲ ଶିକ୍ଷକ, ଗ୍ରାମ ଓ ଜାତି ମୁଖିଆ, ସ୍ୱୟଂ ସହାୟକ ଦଳର ମହାସଂଘ ସଭ୍ୟା ଯୋଗ ଦେଇଥିଲେ।
Comments are closed.