www.samajalive.in
Sunday, December 14, 2025
23.1 C
Bhubaneswar

ମା ଧାମରାଈ ମନ୍ଦିରର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ

ଧାମରା: ଓଡ଼ିଶା ସରକାରଙ୍କ ପୂର୍ତ ବିଭାଗ ଦ୍ୱାରା ଧାମରାର ଅଧିଷ୍ଠତ୍ରୀ ଦେବୀ ମା ଧାମରାଇଙ୍କ ମନ୍ଦିରର ପାରିପାର୍ଶ୍ବକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଆଜି ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ମନ୍ଦିର ଉନ୍ନତିକରଣ ମଧ୍ୟରେ ମା ଧାମରାଈ ପାନ୍ଥ ନିବାସରେ ଏକ ଗୃହ, ମନ୍ଦିର ପଡ଼ିଆର ପାଚେରୀ, ଶୌଚାଳୟ ଓ ଏକ ଆକର୍ଷଣୀୟ ଫାଟକ ସହିତ ଟାଇଲ ବିଛାଇବା କାମ ଅର୍ନ୍ତଭୂକ୍ତ ଥିବା ବିଭାଗୀୟ ଯନ୍ତ୍ରୀ ସୁଚନା ଦେଇଥିବା ଜଣାଯାଇଛି। ତେବେ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିଲେ ମଧ୍ୟ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ମା ଧାମରାଈ ମନ୍ଦିର ପରିଦର୍ଶନ ସହିତ କେନ୍ଦ୍ରାପଡ଼ାର କୁମ୍ଭୀର ପ୍ରଜଜନ କେନ୍ଦ୍ରକୁ ବୋଟ ମାଧ୍ୟମରେ ଗମନା ଗମନର ମଧ୍ୟମ ପାଲଟିଥିବା ଧାମରା, ଏସିଆ ମହାଦେଶର ବୃହତ ପଣ୍ୟବାହୀ ବନ୍ଦର ସହିତ ଅଲିଭ ଲିଡର କଇଁଚଙ୍କ ଗଣ ଅଣ୍ଡାଦାନ ସ୍ଥଳୀ ଗହିରମଥା ପାଇଁ ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories