www.samajalive.in
Sunday, December 14, 2025
23.1 C
Bhubaneswar

ସୀମାନ୍ତରେ ବାଘ ପାଦ ଚିହ୍ନ, ଓଡ଼ିଶାରେ ସତର୍କତା

ପାତ୍ରପୁର: ଗଞ୍ଜାମ ଜିଲ୍ଲା ସାମନ୍ତିଆ ପଲି ରେଞ୍ଜ ସୀମା ପାର୍ଶ୍ଵରେ ଥିବା ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ କେତେକ ଗ୍ରାମରେ କିଛି ଦିନ ପୂର୍ବେ ବାଘ ଥିବା ଆନ୍ଧ୍ର ବନ ବିଭାଗର ସୂଚନା ପରେ ଓଡ଼ିଶା ବନ ବିଭାଗ ସୀମାନ୍ତର କେତେକ ଗ୍ରାମରେ ଲୋକଙ୍କୁ ସଚେତନ କରିଛି। ଗଜପତି ପରେ ବାଘଟି ଆନ୍ଧ୍ର କବେଟି ରାଜପୁର, ଭିନ୍ଦେଗିରୀ ଅଞ୍ଚଳକୁ ଆସିଥିବାର ପାଦ ଚିହ୍ନ ମିଳି ଥିଲା। ଏହି ସୂଚନା ମିଳିବା ପରେ ବାଘର ଗତିବିଧି ଲକ୍ଷ୍ୟ କରିବା ପାଇଁ ଓଡ଼ିଶା ବନ ବିଭାଗ ଆନ୍ଧ୍ର ବନ ବିଭାଗ ସହିତ ସମନ୍ଵୟ ରକ୍ଷା କରି ରାତ୍ରୀ ପାଟ୍ରୋଲିଂ କରିଛନ୍ତି। ବାଘ ସୋମପେଣ୍ଠା ଅଞ୍ଚଳରେ ଛଅଟି ଗୋରୁକୁ ଆକ୍ରମଣ କରି କ୍ଷତାକ୍ତ କରିଥିବା ବେଳେ ତିନୋଟି ଗୋରୁଙ୍କ ମୃତ୍ୟୁ ନେଇ ସୂଚନା ମିଳିଥିଲା। ଯାହାକୁ ନେଇ ଆନ୍ଧ୍ର ଓଡ଼ିଶା ସୀମାନ୍ତ ସାମନ୍ତିଆପଲ୍ଲୀ ବନାଞ୍ଚଳର ବିଭିନ୍ନ ଗ୍ରାମରେ ଓଡ଼ିଶା ବନବିଭାଗ ବାଘ ଆତଙ୍କ ନେଇ ସଚେତନ ରହିବାକୁ ପରାମର୍ଶ ଦେବା ସହ ରାତ୍ରୀ ବାହାରକୁ ଏକାକୀ ନଯିବା ଗୃହ ପାଳିତ ପଶୁଙ୍କୁ ଗୁହାଳରେ ରଖିବାକୁ ପରାମର୍ଶ ଦେବା ସହ ବାଘ ସମ୍ପର୍କରେ କିଛି ସୂଚନା ମିଲିଲେ ଜଙ୍ଗଲ ବିଭାଗକୁ ଜଣାଇବାକୁ ଅନୁରୋଧ କରିଥିଲେ। ତେବେ ଗଞ୍ଜାମ ସୀମାକୁ ବାଘ ଆସିନଥିବା ବେଳେ ଆଜି ସକାଳେ ଆନ୍ଧ୍ର ପ୍ରଦେଶ ଏବଂ ଗଜପତି ଜିଲ୍ଲା ସୀମା ଆନ୍ଧ୍ରର ବନ୍ଦକାରୀ ଗ୍ରାମ ନିକଟରେ ପାଦଚିହ୍ନ ମିଳିଥିବା ଆନ୍ଧ୍ର ବନ ବିଭାଗ ଜଣାଇଛି।

ବନବିଭାଗ ସହିତ ବାଘର ଗତିବିଧି ଉପରେ ନଜର ରଖିଛି ତେବେ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ପରାମର୍ଶ ଦିଆଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories