ନବରଙ୍ଗପୁର: ନବରଙ୍ଗପୁର ଜିଲ। ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶନିବାର ଦିନ ଜିଲା ସଦର ମହକୁମାରେ ଏକ ସଚେତନତା ଶୋଭାଯାତ୍ରା ଡକ୍ଟର ଆମ୍ବେଦକର ଛକରୁ ବାହାରି ମିଶନ୍ ଶକ୍ତି ସଭାଗୃହ ପର୍ୟ୍ୟନ୍ତ ପହଞ୍ଚିଥିଲା। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସବୁଜ ପତାକା ଦେଖାଇ ଏହି ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ପାଳନ ଅବସରରେ ମିଶନ୍ ଶକ୍ତି ସଭା ଗୃହରେ ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସେ ସମସ୍ତଙ୍କୁ ଦୁର୍ନୀତି ମୁକ୍ତ ପାଇଁ ଶପଥ ପାଠ କରାଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ସମ୍ମାନିତ ଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନୀ, ପୌରପାଳିକା ନବରଙ୍ଗପୁର ଅଧ୍ୟକ୍ଷ କୁନୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ପଟନାୟକ, ବକ୍ତା ଭାବେ ଶିକ୍ଷାବିତ ଡ଼ଃ.ବିଜୟ କୁମାର ମିଶ୍ର, ଜିଲା ଆଇନଜୀବୀ ସଂଘ ସଭାପତି ନରସିଂହ ତ୍ରିପାଠୀ, ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ ଜୟଶ୍ରୀ ପ୍ରଧାନ ଯୋଗଦେଇ ଦୁର୍ନୀତି ନିବାରଣ ସପ୍ତାହ ପାଳନର ତାତ୍ପର୍ୟ୍ୟ ଉପରେ ଉଲ୍ଲେଖ କରିବା ସହିତ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ଦୁର୍ନୀତିକୁ ହଟାଇବାକୁକୁ ହେଲେ ସମସ୍ତେ ସଚେତନ ହୋଇ ସେବା ଓ ସହଯୋଗ ମନୋଭାବ ନେଇ କାର୍ୟ୍ୟ କରିବା ପାଇଁ ଆହ୍ଵାନ ଦେଇଥିଲେ। ଏହି ଅବସରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର ସଫଳ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା।
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗତ ଦୁଇ ତାରିଖରେ ବଲାଙ୍ଗୀର ସ୍ଥିତ ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏ ବର୍ଷର ସ୍ଲୋଗାନ ଦୁର୍ନୀତିକୁ ବିରୋଧ କରିବା ଓ ରାଷ୍ଟ୍ର ପ୍ରତି ସମର୍ପିତ ହେବା ଉପରେ ଉଭୟ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନୁଷ୍ଠିତ ହୋଇଥିଲା। ଇଂରାଜୀ ଭାଷାରେ ହୋଇଥିବା ବାତ୍କୃତା ପ୍ରତିଯୋଗିତାରେ ମହିଳା ସ୍ନାତକ ମହାବିଦ୍ୟାଳୟର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଛାତ୍ରୀ ସୁଶ୍ରୀ ଗାୟତ୍ରୀ ଶର୍ମା ପ୍ରଥମ ସ୍ଥାନଏବଂ ଇଂରାଜୀ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ସୁଶ୍ରୀ ଗାୟତ୍ରୀ ମହାଶକ୍ତି ମିଶ୍ର ଦୂତୀୟ ସ୍ଥାନ ଅଧିକାର କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ବାର୍ତ୍ତା ’’ ଦୁର୍ନୀତିକୁ ବିରୋଧ କରିବା; ରାଷ୍ଟ୍ର ପ୍ରତି ସମର୍ପିତ ରହିବା ’’ ଶୀର୍ଷକ ଏକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ୍ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆମ ଓଡ଼ିଶା ରାଜ୍ୟରେ ଯେଉଁ ମୋ ସରକାର ବ୍ୟବସ୍ଥା ରହିଛି ତାହା ଅନ୍ୟ କୌଣସି ରାଜ୍ୟରେ ନାହିଁ। ଥରେ ଯଦି କେହି ମୋ ସରକାରରେ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରେ ତେବେ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେହିପରି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଲେ, ଆମ ଜିଲ୍ଲାରେ ୧୭ ଟି ପୋଲିସ୍ ଷ୍ଟେସନ୍ ରହିଛି। ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ସର୍ବୋପରି ଦୁର୍ନୀତି ନିବାରଣ ଫୁଲବାଣୀ ଶାଖା ରହିଛି। ଏଥିରେ ସ୍ୱତନ୍ତ୍ର ସାଧାରଣ ଅଭିଯୋଜକ (ଦୁର୍ନୀତି ନିବାରଣ) ଭି.ଭି.ରାମଦାସ, ସ୍ୱତନ୍ତ୍ର ସାଧାରଣ ଅଭିଯୋଜକ ବିଜୟକୃଷ୍ନ ପଟ୍ଟନାୟକ, ଉପ ଆରକ୍ଷୀ ଅଧୀକ୍ଷକ (ଦୁର୍ନୀତି ନିବାରଣ) ଫୁଲବାଣୀ ଶାଖା ହେମନ୍ତ କୁମାର ମହାନ୍ତି ଓ ଉପ ଆରକ୍ଷୀ ଅଧୀକ୍ଷକ (ଦୁର୍ନୀତି ନିବାରଣ) ଫୁଲବାଣୀ ଶାଖା କୁମୁଦିନୀ ସାହୁ ଯୋଗ ଦେଇଥିଲେ।
ଫୁଲବାଣୀ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଫୁଲବାଣୀରେ ଦୁର୍ନୀତି ନିବାରଣ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଈଶ୍ୱର ପଟେଲ ଅଧ୍ୟକ୍ଷତା କରିଥିଲେ। ଦୁର୍ନୀତି ନିବାରଣ ଶାଖା,ଫୁଲବାଣୀର ଡ଼ି.ଏସ.ପି ଦ୍ୱୟ ହେମନ୍ତ କୁମାର ମହାନ୍ତି ଓ କୁମୁଦିନୀ ସାହୁ ବକ୍ତାଭାବରେ ଯୋଗ ଦେଇ ସମାଜରେ ହେଉଥିବା ଦୁର୍ନୀତିର କାରଣ ଓ ତାହାର ନିରାକରଣ ବ୍ୟକ୍ତିଗତ ସଚେତନତାରେ କିପରି ନିବାରଣ କରାଯାଇ ପାରିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ମନୋଜ କୁମାର ଲେଙ୍କା ଓ ସହକାରୀ ପ୍ରାଧ୍ୟାପିକା ଡ଼. ଉଷାରାଣୀ ଖୁଣ୍ଟିଆ ଏହି ଆଲୋଚନାରେ ଅଂଶ ଗ୍ରହଣ କରି ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ।
ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟରେ ଓଡ଼ିଶା ସରକାର ସୂଚନା ଅନୁସାରେ ବହୁ ଆଡ଼ମ୍ବରରେ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ୟ୍ୟକ୍ରମ‘ ଅନୁଷ୍ଠିତ ହୋଇଥିଲା। ‘ଦୁର୍ନୀତିକୁ ବିରୋଧ କରିବା ରାଷ୍ଟ୍ର ପ୍ରଗତି ପ୍ରତି ସମର୍ପିତ ରହିବା’। କାର୍ୟ୍ୟକ୍ରମଟି କଲେଜର ସମ୍ପାଦକ ଉଦୟ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। କଲେଜର ଅଧ୍ୟକ୍ଷ ଡ.ଦେବାଶିଷ ମହାପାତ୍ର, ସଙ୍ଗୀତା ପାଢ଼ୀ, ଜ୍ୟୋତିର୍ମୟୀ ରାଉତ, ପିଙ୍କି ଗୌଡ଼, ଅମ୍ବିକା କୁମାରୀ ପାତ୍ର, ରୋକି ଭୂୟାଁ ଆଦି ସମସ୍ତ ବିଭାଗର ଅଧ୍ୟାପିକା ଓ ଅଧ୍ୟାପକ ସମେତ ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବୌଦ୍ଧ: ବୌଦ୍ଧ ଜ଼ିଲ୍ଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଜ଼ିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାଶ ମୋ ସରକାର, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ଦୁର୍ନୀତି ନିବାରଣ ପାଇଁ ନୈତିକ ମୂଲ୍ୟବୋଧ, ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ୟ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜ଼ିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ନିଜ ମାନସିକତାର ପରିବର୍ତ୍ତନ କରିବା ସହିତ ପ୍ରତ୍ୟେକ କାମରେ ସାଧୁତା ଏବଂ ସ୍ୱଚ୍ଛତା ବଜାୟ ରଖି କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବୌଦ୍ଧଗଡ଼ ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ମୁଖ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ, ଭିଜିଲାନ୍ସ ଡିଏସପି ସୁରେଶ କୁମାର କଁହର ଯୋଗ ଦେଇଥିଲେ। ଶେଷରେ ବିଦ୍ୟାଳୟ, ମହାବିଦ୍ୟାଳୟ ମଧ୍ୟରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାର ୧୮ ଜଣ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ସମ୍ବଲପୁର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୩ ସମ୍ବଲପୁର ଠାରେ ଆୟୋଜିତ ହୋଇଯାଇଛି। ଦୁର୍ନୀତି ନିବାରଣ ବିଭାଗ, ସମ୍ବଲପୁର ଖଣ୍ଡ ପକ୍ଷରୁ ଶନିବାର ଶନିବାର ସକାଳ ୬ ଘଣ୍ଟା ୩୦ ମିନିଟ ସମୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଅବସରରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ମିଶନ ଶକ୍ତି ର ଏସ ଏଚ ଜି ମାଆ ମାନଙ୍କୁ ନେଇ ଏକ ରାଲୀ ଅନୁଷ୍ଠିତ କରଯାଇଥିଲା । ଜିଲ୍ଲା ସ୍କୁଲ ଠାରେ ରାଲିକୁ ସରୋଜ କୁମାର ସାମଲ, ଏସ. ପି. ଭିଜିଲାନ୍ସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଠାରୁ ଆରମ୍ଭ ହୋଇ ନଗର ପରିକ୍ରମା କରିଥିଲା । ଏହା ପରେ ମଧ୍ୟାହ୍ନରେ ତପସ୍ଵିନୀ ପ୍ରେକ୍ଷାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ଵତନ୍ତ୍ର କାର୍ୟ୍ୟକ୍ରମରେ ଉତ୍ତରାଞ୍ଚଳ ଆର.ଡି.ସି. ଡ. ସୁରେଶ ଚନ୍ଦ୍ର ଦଳାଇ (ଆଇ.ଏ.ଏସ) ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଦୁର୍ନୀତି ବିଲୋପ ଦିଗରେ ସକାରାତ୍ମକ ଚିନ୍ତାଧାରା ସମାଜରେ ଜାଗ୍ରତ ହୋଇପାରିଲେ ଦୁର୍ନୀତିର ବିଲୋପ ହୋଇପାରିବ ଏ ବାବଦରେ ପ୍ରଶାସନ ଆଗକୁ ଆଗେଇ ଆସିବା ସହ ଜନତାଙ୍କ ସହଯୋଗ ପ୍ରଚେଷ୍ଟାର ଗୁରୁତ୍ଵ ଭୂମିକା ରହିଅଛି ବୋଲି ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ।
ଦୁର୍ନୀତିର ମୂଳ କାରଣ ଗୁଡିକ ବର୍ଣ୍ଣନା କରିବା ସହ ଦୁର୍ନୀତି କେବଳ ଯେ ଉନ୍ନତିର ପ୍ରତିବନ୍ଧକ ସାଜିଛି ସେତିକି ନୁହେଁ ପରୋକ୍ଷରେ ଭ୍ରଷ୍ଟାଚାର ଓ ଅପରାଧକୁ ସମାଜରେ ବୃଦ୍ଧି କରିଛି ଏବଂ ନିଜେ ଦୁର୍ନୀତି ମୁକ୍ତ ହୋଇ ପିତା ମାତା ନିଜେ ନିଜର ସନ୍ତାନ ସନ୍ତତି ମାନଙ୍କଠାରେ ଆଦର୍ଶ ସ୍ଥାପନ କରିବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଏବଂ ହେଡ ସ୍କୁଲ ଆନଥ୍ରୋପଲୋଜି ଡ. ବିଭୁ କଲ୍ୟାଣ ମହାନ୍ତି ଉକ୍ତ ସଭାରେ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଜିର ଦିବସରେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆହ୍ଵାନ ଜଣାଇଥିଲେ । ଜିଲ୍ଲା ଅରକ୍ଷୀ ଅଧିକାରୀ ମୁକେଶ କୁମାର ଭାମୂ (ଆଇପିଏସ) ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ, ଏସ.ପି. ଭିଜିଲାନ୍ସ ସରୋଜ କୁମାର ସାମଲ (ଓପିଏସ-ଓ) ସଭାରେ ସଭାପତିତ୍ଵ କରିଥିବା ବେଳେ ସଭାକୁ ବିରୁପାକ୍ଷ ପ୍ରଧାନ ପରିଚାଳନା କରିଥିଲେ। ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରଯାଇଥିଲା। ଶେଷରେ ଅନନ୍ତ ପ୍ରସାଦ ମଲ୍ଲିକ, (ଓପିଏସ–ଓ) ଅତିରିକ୍ତ ଅରକ୍ଷୀ ଅଧିକାରୀ ଭିଜିଲାନ୍ସ ଧନ୍ୟବାଦ ଅର୍ପଣ କରିଥିଲେ।



