www.samajalive.in
Sunday, December 14, 2025
19.1 C
Bhubaneswar

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୯ ଘଣ୍ଟା ରାସ୍ତା ରୋକ

ଲାଞ୍ଜିଗଡ: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତରଗତ ପୋଖରୀଗାଁ ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ଦିନ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡ଼ିମିରିମୁଣ୍ଡା ଗ୍ରାମର ତରୁଣ ନାଗ (୨୩)। ତରୁଣ ଦୀର୍ଘ ଦିନ ହେବ ଉକ୍ତ ଗ୍ରାମର ଏକ ନାବାଳିକା ଝିଅ ଯିଏ କି ଭିନ୍ନ ଜାତିର ତାଙ୍କୁ ଭଲ ପାଇ ଆସୁଥିଲେ ଏବଂ ଉଭୟେ ଗୁରୁବାର ଦିନ ଘର ଛାଡି ଚାଲି ଆସିଥିଲେ। ନାବାଳିକା ପ୍ରେମିକାର କହିବା ଅନୁଯାୟୀ ଓ ବିଶ୍ୱନାଥପୁର ଥାନାରେ ଦେଇଥିବା ଅଭିଯୋଗ ମୁତାବକ ପରିବାରଙ୍କ ସହମତି ନଥିବାରୁ ଦୁହେଁ ଆତ୍ମହତ୍ୟା କରିବାର ନିଷ୍ପତି ନେଇଥିଲେ କିନ୍ତୁ ପ୍ରେମିକ ତରୁଣ ଆତ୍ମହତ୍ୟା କରିବାରେ ସଫଳ ହେଲା କିନ୍ତୁ ସେ ବଞ୍ଚିଗଲା ବୋଲି କହିଛନ୍ତି। ଉକ୍ତ ଘଟଣାକୁ ନେଇ ମୃତ ତରୁଣର ପରିବାର ଏହା ଏକ ଆତ୍ମହତ୍ୟା ନୁହେଁ ଏହା ଯୋଜନାବଦ୍ଧ ଜାତିଆଣ ଭେଦ ଭାବ ଜନିତ ହତ୍ୟାକାଣ୍ଡ ବୋଲି ଅମ୍ବାଦଳା ଥାନାରେ ନାବାଳିକା ପ୍ରେମିକାଙ୍କ ପରିବାର ନାମରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ସ୍ଥାନୀୟ ଅମ୍ବାଦଳା ପୋଲିସ ନାବାଳିକା ପ୍ରେମିକା, ତାଙ୍କ ବାପା, ମା ଓ ମାମୁଁଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଉତ୍ୟକ୍ତ ଡୁମେରମୁଣ୍ଡା ଗ୍ରାମବାସୀ ନ୍ୟାୟ ପାଇଁ ଭବାନୀପାଟଣା ରାୟଗଡା ମୂଖ୍ୟ ରାସ୍ତାକୁ ଅବରୋଧ କରି ଦୀର୍ଘ ୯ ଘଣ୍ଟା କାଳ ରାସ୍ତାରୋକ କରିଥିଲେ ଯେଉଁଥିରେ ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା ମାଜିଷ୍ଟ୍ରେଟ ତହସିଲଦାର ବିଷମକଟକ, ଏସ୍ଡ଼ିପିଓ ସନ୍ତୋଷିନୀ ଓରାମ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାର ପ୍ରତିଶୃତି ଦେଇ ବୁଝାସୁଝା କରିବା ପରେ ସେମାନେ ରାସ୍ତା ରୋକରୁ ଓହରି ଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories