www.samajalive.in
Sunday, December 14, 2025
17.1 C
Bhubaneswar

ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଠାକୁରମୁଣ୍ଡା: ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଠାକୁରମୁଣ୍ଡା ମିନିଷ୍ଟାଡିଓମ୍ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, କରଞ୍ଜିଆ, ସାରସକଣା, ରାଇରଙ୍ଗପୁର ଆଦି ୪ ଗୋଟି ନିର୍ବାଚନ ମଣ୍ଡଳୀର ୧୪ଟି ବ୍ଲକରେ ୯୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨ ହଜାର ୪୨୩ ଗୋଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିବା ୫-ଟି ତଥା ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିୟାନ କରଞ୍ଜିଆ ନିର୍ବାଚନ ମଣ୍ଡଳୀର କେତେକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ସେଥିମଧ୍ୟରୁ ଠାକୁରମୁଣ୍ଡା-ଡ଼ଙ୍ଗାଡ଼ିହା- ପୋଡା ଡ଼ିହା-ମାଣିତ୍ରୀ ରାସ୍ତା ପାଇଁ ୩୧ କୋଟି ଟଙ୍କା, ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡର ରୂପାନ୍ତିକରଣ ପାଇଁ ୭ କୋଟି ୩୧ ଲକ୍ଷ ଟଙ୍କା, କରଞ୍ଜିଆ- ଖିଚିଂ ରାସ୍ତା ପାଇଁ ୩୮ କୋଟି ଟଙ୍କା, ଠାକୁରମୁଣ୍ଡା ବ୍ଲକର ଚମକପୁର-ଖଣ୍ଡବନ୍ଧ ରାସ୍ତା ପାଇଁ ୧୫ କୋଟି ଟଙ୍କା, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା, ଠାକୁରମୁଣ୍ଡା ମା ବସୁଳି କଲେଜ ପାଇଁ ୫୦ ଲକ୍ଷ ଟଙ୍କା, ପଞ୍ଚପିଢ ମହିଳା ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ଘୋଷଣା କରିବା ସହ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ୨୦୫ଟି ପ୍ରାଥମିକ ବିଦ୍ୟାଳୟ ୫-ଟି ଯୋଜନାରେ ରୂପାନ୍ତରୀକରଣ ପ୍ରସ୍ତାବ ଘୋଷଣା କରିଥିଲେ।

- Advertisement -

କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଅୟୋଜିତ ସଭାରେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ତଥା କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ରହି ଭିଡିଓ କୋନଫେରସିଂ ସଭାରେ ସାମିଲ ହୋଈ ପ୍ରତି ଗ୍ରାମପଞ୍ଚାୟତରେ ୫୦ ଲକ୍ଷ ଟଙ୍କା ଲେଖାଏଁ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଥିଲେ। ସେହିପରି ଠାକୁରମୁଣ୍ଡା ଠାରେ ଆୟୋଜିତ ସଭାରେ ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ମଢେଇ, ଜିଲ୍ଲା ପରିଷଦ ଉପାଧକ୍ଷ ବିପିନ ସିଂ ବଦ୍ରା ଭାଗ ନେଇଥିଲେ। ଠାକୁରମୁଣ୍ଡା ଠାରେ ଆୟୋଜିତ ସଭାରେ ଠାକୁରମୁଣ୍ଡା ବିଡ଼ିଓ ତଥା ପ୍ରୋବେଶନର ଆଇ ଏ ଏସ ଅକ୍ଷୟ ପିଲେ, କରଞ୍ଜିଆ ପିଏଆଇଟିଡିଏ ଦେବଯାନୀ ଭୂୟାଁ, ବ୍ଲକ ଅଧକ୍ଷା ସରୋଜିନୀ ମୁଣ୍ଡା, ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତ, ବିଡ଼ିଓ ମନୋଜ କାର୍ଜି, ତହସିଲଦାର ସୁଶ୍ରୀ ସୁପ୍ରିୟା, ସିଡିପିଓ ପ୍ରେମଲତା ସେଠୀ, ଏବିଡିଓ ଟଙ୍କଧର ମହାନ୍ତ, ଏପିଓ ଧ୍ୟାନଚାନ୍ଦ ମହାନ୍ତ, ଜିପିଇଓ ଦଳେଇ ସିଂ ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣ୍ଣିମା ବାଗସିଂ, ସମିତି ସଭ୍ୟ, ୨ ଜଣ ସରପଞ୍ଚ ଉପସ୍ଥିତ ଥିବା ବେଳେ କରଞ୍ଜିଆ ଓ ଠାକୁରମୁଣ୍ଡାରେ ଅୟୋଜିତ ସଭାରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ହଜାର ହଜାର ସଂଖ୍ୟାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories