www.samajalive.in
Sunday, December 14, 2025
26.1 C
Bhubaneswar

ରାଷ୍ଟ୍ରବାଦୀ ବକ୍ତା ପୁଷ୍ପେନ୍ଦ୍ର କୁଲଶ୍ରେଷ୍ଠଙ୍କୁ ସମ୍ବଲପୁରରେ ସମ୍ବର୍ଦ୍ଧନା

ସମ୍ବଲପୁର: ବରିଷ୍ଠ ସାମ୍ବାଦିକ ତଥା ରାଷ୍ଟ୍ରବାଦୀ ବକ୍ତା ପୁଷ୍ପେନ୍ଦ୍ର କୁଲଶ୍ରେଷ୍ଠଙ୍କୁ ସମ୍ବଲପୁର ଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ଏକ ଦିବସୀୟ ସମ୍ବଲପୁର ଯାତ୍ରାରେ ଶୁକ୍ରବାର ସମ୍ବଲପୁର ଗସ୍ତରେ ଶ୍ରୀ କୁଲଶ୍ରେଷ୍ଠ ଆସିଥିବା ବେଳେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କରି ଆର୍ଶିବାଦ ଲାଭ କରିଛନ୍ତି। ଏହା ପରେ ସମ୍ବଲପୁରର ଉପକଣ୍ଠସ୍ଥ ଏ. କଟାପାଲି ନିକଟରେ ସ୍ଥିତ ଏକ ହୋଟେଲରେ ସେ ଅବସ୍ଥାନ କରିଥିବା ବେଳେ ସେଠାରେ ସନାତନ ସୁରକ୍ଷା ମଞ୍ଚ, ଭାରତ ବିକାଶ ପରିଷଦ, ଆରଏସଏସ, ବିଜେପି ସମେତ ଅନେକ ଅନୁଷ୍ଠାନର ପଦାଧିକାରୀ ଓ ଅଞ୍ଚଳବାସୀ ତାଙ୍କୁ ସାକ୍ଷାତକାର କରି ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସଂଯୋଜକ (ପଶ୍ଚିମ) ଡା. ରାଜକୁମାର ବଡପଣ୍ଡା, ସମୀର ରଞ୍ଜନ ବାବୁ, ଡା. ପୁରୁଷୋତ୍ତମ ଅଗ୍ରୱାଲ, ନନ୍ଦକିଶୋର ମିଶ୍ର, ରାଜୀବ ଶତପଥୀ, ପ୍ରଦୀପ ବହିଦାର, ଡା. ପ୍ରଭାସ ଦେବତା ଙ୍କ ସମେତ ଅନେକ ଅନୁଷ୍ଠାନ ଓ ସଙ୍ଗଠନର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

ରାଷ୍ଟ୍ରୀୟ ଏକତା ଓ ସୁରକ୍ଷା ବିଷୟ ଉପରେ ଶ୍ରୀ କୁଲଶ୍ରେଷ୍ଠଙ୍କ ଏକ କାର୍ଯ୍ୟକ୍ରମ ସନାତନ ସୁରକ୍ଷା ମଞ୍ଚ ଓ ରାଧା ଶ୍ରୀନିବାସ ସେବା ଟ୍ରଷ୍ଟ ପକ୍ଷରୁ ସମ୍ବଲପୁରର ରେମେଡ ଠାରେ କରାଯାଇଥିଲା। କିନ୍ତୁ ବିଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡକୁ ଧ୍ୟାନରେ ରଖି ଜିଲାରେ ପ୍ରଶାସନ ଓ ପୁଲିସ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ନଷ୍ଟ ହେବାର ଆଶଙ୍କାରେ କାର୍ଯ୍ୟକ୍ରମକୁ ଅନୁମତି ଦେଇ ନ ଥିଲେ। ଏଣୁ ଆୟୋଜକ ମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ଉଚ୍ଚ ନ୍ୟାୟାଳୟ ସର୍ତ୍ତମୂଳକ ଅନୁମତି ଗତ ୨ ତାରିଖରେ ପ୍ରଦାନ କରିଛନ୍ତି। ନ୍ୟାୟାଳୟର ଆଦେଶ ମିଳିଥିଲେ ସୁଦ୍ଧା କାର୍ଯ୍ୟକ୍ରମ ପାଇଁ ମାତ୍ର ୨ ଦିନ ରହିଥିବାରୁ ଆୟୋଜନ ସମ୍ଭବପର ନ ଥିବାରୁ ବାଧ୍ୟ ହୋଇ ଆୟୋଜକ ମାନେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ। ତେବେ ୪ ତାରିଖ ସନ୍ଧ୍ୟାରେ ଝାରସୁଗୁଡା ଓ ୫ ତାରିଖ ସନ୍ଧ୍ୟାରେ ରାଉରକେଲାର କାର୍ଯ୍ୟକ୍ରମ ପାଇଁ କୌଣସି ବାଧା ନ ଥିବା ଏବଂ ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶ୍ରୀ କୁଲଶ୍ରେଷ୍ଠ ସମ୍ବଲପୁରକୁ ଆସି ଏକ ଦିନ ଅବସ୍ଥାନ କରି ମାଁ ସମଲେଶ୍ୱରୀଙ୍କ ଦର୍ଶନ ଲାଭ କରି ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଫେରିଯାଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories