ଆନନ୍ଦପୁର : ବାଇକରେ ଚୋରା ମଦ ଚାଲାଣ କରୁଥିବା ବେଳେ ଆନନ୍ଦପୁର ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ଚୋରା ମଦ ସହ ୨ ଜଣକୁ ଗିରଫ କରାଯାଇଛି । ଚୋରାମଦ କାରବାରରେ ସମ୍ପୃକ୍ତ ବାଇକ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣେ ପଦ୍ମପୁରର ସୁରେଶ ବେଜ ହୋଇଥିବା ବେଳେ ଅନ୍ୟ ଜଣେ ଚମୁଇଁ ଗ୍ରାମର ଗୌରାଙ୍ଗ ମୁଣ୍ଡା। ସେମାନଙ୍କ ଠାରୁ ଚାଳିଶ ଲିଟରରୁ ଅଧିକ ମଦ ଜବତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
Popular Categories



