www.samajalive.in
Sunday, December 7, 2025
14.1 C
Bhubaneswar

ଦିଲ୍ଲୀରେ ପ୍ରଦୂଷଣ – ତାଲା ପଡ଼ିଛି ୨୩ କୋଟିର ସ୍ମଗ ଟାୱାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରଦୂଷଣ ବୃଦ୍ଧିକୁ ନେଇ ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟଗୁଡିକ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଶୁକ୍ର ଓ ଶନିବାର ଦୁଇଦିନ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ଉପରାଜ୍ୟପାଳ ଭିକେ ସାକ୍‌ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଅନେକ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି ହୋଇଛି।

ନିଷ୍ପତ୍ତି ଅନୁଯାୟୀ ସମସ୍ତ ସରକାରୀ, ବେସରକାରୀ ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେବେ। ବୟସ୍କ ଓ ଶିଶୁମାନଙ୍କ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ସକାଳେ ଘରୁ ନ ବାହାରିବା ଓ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି। ଅଯଥା ବୁଲାବୁଲି ନ କରିବା, ବାହାରକୁ ଯିବା ସମୟରେ ସରକାର ପରିବହନ ବ୍ୟବସ୍ଥାକୁ ଆପଣାଇବା, କମ୍ ଗାଡି ମୋଟର ବ୍ୟବହାର ପୂର୍ବକ ପ୍ରଦୂଷଣ କମାଇବା ଦିଗରେ ସହାୟକ ହେବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି। ସେହିପରି ପାଣି ସିଞ୍ଚନ, ଆଣ୍ଟି ସ୍ମଗ ଗନକୁ ଯଥା ସମ୍ଭବ ଅଧିକ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

- Advertisement -

ଅନ୍ୟପଟେ ଦିଲ୍ଲୀରେ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ରହିଥିବା ସ୍ମଗ ଟାୱାରକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମଗ ଟାୱାରକୁ ୨୦୨୧ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉଦ୍‌ଘାଟନ କରିଥିଲେ। ମାତ୍ର ଉଦ୍‌ଘାଟନ ପରଠାରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇ ନାହିଁ। ସ୍ମଗ ଟାୱାରକୁ ପରିଚାଳନା ନିମନ୍ତେ ଇଞ୍ଜିନିୟରଙ୍କ ସମେତ ୧୦ଜଣଙ୍କୁ ନିଯୁକ୍ତ କରାଯାଇଛି। ୨୪ମିଟର ଉଚ୍ଚ ଏହି ସ୍ମଗ୍‌ ଟାୱାର ୧ କିମି ଅଞ୍ଚଳ ପର୍ଯ୍ୟନ୍ତ ୧୦୦୦ କ୍ୟୁବିକ୍ ମିଟର ବାୟୁକୁ ୧ ସେକେଣ୍ଡରେ ପରିଷ୍କାର କରିପାରିବ। ଏଥିରେ ୪୦ଟି ଫ୍ୟାନ ଓ ୫୦୦୦ ଏୟାର ପ୍ୟୁରିଫାୟର ରହିଛି। ଗୁରୁବାର ଦିଲ୍ଲୀର ଏକ୍ୟୁଆଇ ୪୭୧ ରହିଥିଲା। ଯାହା ଅତିଶୟ ବୋଲି ବିବେଚନା କରାଯାଇଥାଏ। ସେହିପରି ଶୁକ୍ରବାର ସକାଳ ୯ଟାରେ ଏକ୍ୟୁଆଇ ମଧ୍ୟ ୪୫୦ରୁ ଉପରେ ରହିଥିଲା।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories