www.samajalive.in
Monday, December 15, 2025
14.1 C
Bhubaneswar

୯ ବର୍ଷରେ ୧୨୧ରୁ ଅଧିକ ରେଳ ଦୁର୍ଘଟଣା

ଭୁବନେଶ୍ବର: ବାହାନଗାରେ କରମଣ୍ଡଳ ରେଳ ଦୁର୍ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଏକ ଦୁର୍ଘଟଣା ଘଟିଲା ଆନ୍ଧ୍ରରେ। ବାହାନଗା ରେଳ ଦୁର୍ଘଟଣା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏମ୍ସ ଭୁବନେଶ୍ବରରେ ୪ ମାସ ମୃତ ଶରୀର କଣ୍ଟେନରରେ ପଡି ରହିଥିବା ବେଳେ ଗତ କିଛିଦିନ ତଳେ ଶବ ସଂସ୍କାର କରାଯାଇଛି। ସମାନ ଢଙ୍ଗରେ ପୁଣି ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶରେ ତିନି ରେଳ ମଧ୍ୟରେ ଦୁର୍ଘଟଣା ଘଟିଲା। ଏଥିରେ ୧୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଆହତ ହୋଇଥିଲେ। ବାରମ୍ବାର ଛୋଟବଡ ରେଳ ଦୁର୍ଘଟଣାରେ ଅନେକ ଧନଜୀବନ କ୍ଷୟକ୍ଷତି ଘଟୁଛି। ତାହା ସହିତ ରେଳ ବିଭାଗ ବିପୁଳ କ୍ଷତି ସହୁଥିବା ବେଳେ ଏକାଧିକ ରେଳ ବାତିଲ ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

https://samajalive.in/puri-dasabatara-math-news/509340.html

- Advertisement -

ଗତଥର ସିଗ୍‌ନାଲରେ ତ୍ରୁଟି ଥିବାରୁ କରମଣ୍ଡଳ ରେଳ ଦୁର୍ଘଟଣା ଘଟିଥିବା କୁହାଯାଉ ଥିବାବେଳେ ପୁଣି ରେଳ ବିଭାଗର ଦାୟିତ୍ୱହୀନତା ପଦାରେ ପଡ଼ିଛି। ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲା କଣ୍ଟକାପାଲ୍ଲୀଠାରେ ଘଟିଥିବା ରେଳ ଦୁର୍ଘଟଣା ମାନବକୃତ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରାଥମିକ ରିପୋର୍ଟରେ କୁହାଯାଇଛି। ଦୁଇଟି ରେଳ ଦୁର୍ଘଟଣା ମାନବକୃତ ବୋଲି କୁହାଯାଉ ଥିବାବେଳେ କିଭଳି ତାହା ବାରମ୍ବାର ଘଟୁଛି, ଏବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଳ କର୍ମଚାରୀମାନେ ସଠିକ ଭାବେ କାର୍ଯ୍ୟ କରୁନାହାନ୍ତି କି, ଯଦି କାର୍ଯ୍ୟ କରୁଛନ୍ତି ତେବେ କିପରି
ସିଗ୍‌ନାଲରେ ତ୍ରୁଟି ରହୁଛି ଯେ, ଗୋଟିଏ ଲାଇନରେ ଦୁଇଟି ରେଳ ଯାଇ ଦୁର୍ଘଟଣା ଘଟୁଛି। ସାଧାରଣ ଭୁଲ ଯୋଗୁଁ ନିରୀହ ଯାତ୍ରୀଙ୍କ ଜୀବନ ଚାଲି ଯାଉଥିବା ବେଳେ ଶହ ଶହ ପରିବାର ଉଜୁଡି ଯାଉଛି। ରେଳ ମନ୍ତ୍ରଣାଳୟ ମୃତାହତ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଦେଇ ବସି ପଡୁଛି। ହେଲେ ରେଳ ଦୁର୍ଘଟଣା ନିରାକରଣ ଦିଗରେ ସ୍ଥାୟୀ ପ୍ରତିକାର ଚିନ୍ତା କରାଯାଉ ନାହିଁ।

୨୦୧୪ ରୁ ୨୦୨୩ ଅକ୍ଟୋବର ଶେଷସୁଦ୍ଧା ଦେଶରେ ପ୍ରାୟ ଛୋଟବଡ଼ ୧୨୧ଟିରୁ ଅଧିକ ରେଳ ଦୁର୍ଘଟଣା ଘଟିଛି। ୨୦୨୩ରେ ରେଳ ମନ୍ତ୍ରଣାଳୟକୁ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଥିବା ଲକ୍ଷ୍ୟ କରାଯାଉଛି। କେତେବେଳେ ଯାତ୍ରୀବାହୀ ରେଳଗାଡି ଲାଇନଚ୍ୟୁତ ହେଉଛି ତ ଆଉ କେତେବେଳେ ମାଲବାହୀ ରେଳ ଇଞ୍ଜିନ ୱାଗନ ଛାଡି ଚାଲି ଯାଉଛି। ପୁଣି କର୍ମଚାରୀଙ୍କ ଅବହେଳା ଏବଂ ସତର୍କତା ଅଭାବରୁ ଗୋଟିଏ ରେଳ ଲାଇନରେ ଦୁଇ ରେଳ ମୁହଁାମୁହିଁ ହେଉଛନ୍ତି। ପୂର୍ବରୁ ରେଳ ଦୁର୍ଘଟଣା ଘଟିଛି ସତ, ହେଲେ ୨୦୨୩ରେ ରେଳ ବିଭାଗ ଯେଉଁ ସମସ୍ୟାରେ ସମ୍ମୁଖୀନ ହେଲାଣି ପୂର୍ବରୁ କେବେବି ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ପରି ମନେ ହେଉନାହିଁ। କେଉଁଠି ବଗିରେ ଅଗ୍ନିକାଣ୍ଡ ହେଉଛି ତ ଆଉ କେଉଁଠି ଦୁର୍ଘଟଣା। ଆଉ କେଉଁଠି ଫାଟକ ପଡି ରହୁଛି ତ ଆଉ କେଉଁଠି ଚକା ଜାମ୍‌। ସୂଚନାଯୋଗ୍ୟ, ଏହା ଭିତରେ ବିହାରରେ ଏକ ରେଳ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆନ୍ଧ୍ରପ୍ରଦେଶ ରେଳ ଦୁର୍ଘଟଣା ରେଳ ମନ୍ତ୍ରଣାଳୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ହାୱଡାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସ ବଗିରେ ଅଗ୍ନିକାଣ୍ଡ ଘଟିବାରୁ ୩ ଯାତ୍ରୀ ଆହତ ହୋଇଥିଲେ। ତେଲଙ୍ଗାନାର ଭୋଙ୍ଗିର ନିକଟରେ ବଗିରେ ନିଆଁ ଲାଗିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୫ ବଗି ବିଶିଷ୍ଟ ଏହି ରେଳରେ ବହୁ ଓଡ଼ିଆ ଥିଲେ। ଏସବୁ ଅନୁଧ୍ୟାନ କଲେ ଚଳିତ ବର୍ଷ ଭାରତୀୟ ରେଳକୁ ଶନିଦଶା ଗ୍ରାସ କରିବା ଚର୍ଚ୍ଚା ହେଉଛି। ଗୋଟିଏ ପରେ ଗୋଟିଏ ଅଘଟଣ ଭାରତୀୟ ରେଳ ବିଭାଗର ନିରାପତ୍ତା ଦିଗ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ୨୦୧୪ରେ ୧୬ଟି ରେଳ ଦୁର୍ଘଟଣା ଘଟିଥିବା ବେଳେ ୨୦୧୫ରେ ୨୧, ୨୦୧୬ରେ ୧୭, ୨୦୧୭ରେ ୧୪, ୨୦୧୮ରେ ୧୩, ୨୦୧୯ରେ ୭, ୨୦୨୦ରେ ୧୦, ୨୦୨୧ରେ ୧୧ ଏବଂ ୨୦୨୨ରେ ୧୦ଟି ରେଳ ଦୁର୍ଘଟଣା ଘଟିଛି। ସବୁ ଦୁର୍ଘଟଣା ପରେ ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ବାରା ଯାଞ୍ଚ ଓ ତଦନ୍ତ ହେଉଛି ଏବଂ କାରଣ ଖୋଜା ଯାଉଛି। ତଳପାହ୍ୟା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ବଡ ବଡିଆ ଅଧିକାରୀ ଖସି ଯାଉଛନ୍ତି। ସମ୍ଭବତଃ ସେଥିପାଇଁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି କିଛି ରେଳ ଯାତ୍ରୀ ମତ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories