www.samajalive.in
Monday, December 15, 2025
16.1 C
Bhubaneswar

ଜାତୀୟ ଏକତା ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଆଜି ଜାତୀୟ ଏକାତା ଦିବସ ଅବସରରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ମାନେ ସାମିଲ୍‌‌ ହୋଇଥିଲେ। ସେହିଭଳି ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ପୋଲିସ ହାଇସ୍କୁଲ ଠାରେ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଅଛି। ଅନୁଷ୍ଠିତ କାର୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ତ୍ରିପାଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଂସ୍କୃତ ଶିକ୍ଷକ ଗୌରୀ ଶଙ୍କର ମହାପାତ୍ର, ଓଡିଆ ଶିକ୍ଷୟତ୍ରୀ କୁନ୍ତଳା ତ୍ରିପାଠୀ ଏବଂ ନେହେରୁ ଯୁବ କେନ୍ଦ୍ରର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡ୍ରଇଂ ଏବଂ ବକୃତା ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା। ଡ୍ରଇଂ ପ୍ରତିଯୋଗିତାରେ ବର୍ଷା ରାଣୀ ନାୟକ ପ୍ରଥମ, ରୋହିତ ବଗର୍ତି ଦ୍ୱିତୀୟ ଏବଂ ମାନିନୀ ପ୍ରଧାନ ତୃତୀୟ ହୋଇଥିଲେ। ସେହିପରି ବକୃତା ପ୍ରତିଯୋଗୀତାରେ ଜ୍ୟୋତିରମୟୀ ମିଶ୍ର ପ୍ରଥମ, ସୁଚିତ୍ରା ସାହୁ ଦ୍ୱିତୀୟ ଏବଂ ଅନୁପମା ସ୍ବାଇଁ ତୃତୀୟ ହୋଇଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories