www.samajalive.in
Sunday, December 14, 2025
26.1 C
Bhubaneswar

ପିଆଜ ଡରରେ କାର୍ତ୍ତିକ ପାଳନ

ପଦ୍ମପୁର: ଆରମ୍ଭ ହୋଇଛି ପବିତ୍ର ତଥା ଧର୍ମର ମାସ କାର୍ତ୍ତିକ। ଅଧିକାଂଶ ଓଡ଼ିଆଙ୍କ ଘରେ ପିଆଜ ରସୁଣ ବାରଣ। ଘରେ ଘରେ ଚାଲିଛି ହବିଷ କିମ୍ବା ନିରାମିଷ ଭୋଜନ ବିଧି। ମାତ୍ର ଏତିକିବେଳେ ବଜାରରେ ପିଆଜ ତାତି। ହବିଷ କିମ୍ବା ନିରାମିଷ ଭୋଜନ ପାଳନ କରୁନଥିବା ଲୋକଙ୍କୁ ଅଧିକ କଷ୍ଟଦାୟକ କରିଛି। ବଜାରରେ ପିଆଜ ଦର ୭୦ ଟଙ୍କା ଟପିଲା । ତେଣୁ ହବିଷ କିମ୍ବା ନିରାମିଷ ଭୋଜନ କରୁନଥିବା ଲୋକଙ୍କ ହାଣ୍ଡିଶାଳରେ ଚଡ଼କ ପଡ଼ିଛି ବୋଲି କୁହାଯାଉଛି। ପିଆଜ ଦରବୃଦ୍ଧି କାରଣରୁ ଖାଉଟିମାନେ କମ୍ ପରିମାଣର ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି । ଆଉ କେତକ ଗ୍ରାହକ ବାଧ୍ୟ ହୋଇ ପିଆଜ ଦରକୁ ଆଖିଆଗରେ ରଖି ପବିତ୍ର କାର୍ତ୍ତିକ ମାସରେ କାହିଁକି ପିଆଜ ଖାଇବା କହି ପିଆଜ ଖାଇବା ବନ୍ଦ କରିଦେଇଛନ୍ତି। ପିଆଜ ବ୍ୟବସାୟ କମିଥିବାରୁ ଦୋକାନରେ ପିଆଜ ପଚିସଢ଼ି ନଷ୍ଟ ହେଉଥିବା କାରଣରୁ ବେପାରୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ବର୍ତ୍ତମାନର ପିଆଜ ଦର ବୃଦ୍ଧି ଉଭୟ ବେପାରୀ ଓ ଖାଉଟିଙ୍କ ପାଇଁ କାଳ ସାଜିଛି। ଦୋକାନୀମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ହବିଷ କିମ୍ବା ନିରାମିଷ ଭୋଜନ ପାଳନ କରୁନଥିବା ଲୋକଙ୍କୁ ପିଆଜ ଦର କାନମୁଣ୍ଡା ଝାଇଁଝାଇଁ କରି ଦେଉଥିବା ଖାଉଟିମାନେ କହିଛନ୍ତି। ‌ନୂଆ ଅମଳ ପିଆଜ ବଜାରକୁ ଆସିବା ପାଇଁ ଆଉ ପ୍ରାୟ ଦୁଇରୁ ତିନି ସପ୍ତାହ ଲାଗିବ। ନୂଆ ପିଆଜ ଆସିବା ପର୍ଯ୍ୟନ୍ତ ଏହିଭଳି ଦର ରହିବ ବୋଲି ବ୍ୟବସାୟୀମାନେ ଆକଳନ କରିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories