www.samajalive.in
Monday, December 15, 2025
14.1 C
Bhubaneswar

ଝାରସୁଗୁଡ଼ାରେ ଛାତ୍ରଙ୍କ ମାଡରେ ଗୁରୁତର କଲେଜ ଅଧ୍ୟାପକଙ୍କ ମୃତ୍ୟୁ

ଡେସ୍କ: ଝାରସୁଗୁଡ଼ାରେ ଛାତ୍ରଙ୍କ ମାଡରେ ଗୁରୁତର କଲେଜ ଅଧ୍ୟାପକଙ୍କ ମୃତ୍ୟୁ ହୋଇଛି। ଗତ ଫେବୃଆରୀ ମାସରେ ଏହି ଘଟଣା ଘଟିଥିଲା। କ୍ଲାସକୁ ବିଳମ୍ବରେ ଆସିବାରୁ ଅଧ୍ୟାପକ ଜଣଙ୍କ ଛାତ୍ରଙ୍କୁ ତାଗିଦ କରିବା ପରେ ଛାତ୍ରଜଣଙ୍କ ଉତକ୍ଷିପ୍ତ ହୋଇ ଶ୍ରେଣୀ କକ୍ଷରେ ଅଧ୍ୟାପକଙ୍କୁ ମାଡ଼ ମାରିଥିଲେ ଫଳରେ ଅଧ୍ୟାପକଙ୍କ ମୁଣ୍ଡ ଟେବୁଲରେ ମାଡ଼ ହୋଇଥିଲା ଓ ସେ ସଜ୍ଞାହୀନ ହୋଇପଡିଥିଲେ।

ସୂଚନା ଅନୁଯାୟୀ, ଝାରସୁଗୁଡା ସହର ଉପକଣ୍ଠ ପ୍ରଦୋଷ କୁମାର ସ୍ମୃତି ସ୍ମାରକୀ ସ୍ନାତ୍ତକ ମହାବିଦ୍ୟାଳୟରେ ଗତ ଫେବୃଆରୀ ୨୨ରେ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ଘଟଣାରେ ଅଧ୍ୟାପକ ଅମିତ କୁମାର ବାରିକଙ୍କ ମୃତ୍ୟୁ ଘଟିଛି। ଫେବୃଆରୀ ୨୨ରେ +୩ ଦ୍ଵିତୀୟ ବର୍ଷର ଛାତ୍ର ଦୀନେଶ ସହିସ (୨୪) ବିଳମ୍ବରେ ଶ୍ରେଣୀ କକ୍ଷକୁ ଆସିଥିବାରୁ ଇଂରାଜୀ ବିଭାଗ ଅଧ୍ୟାପକ ଅମିତ କୁମାର ବାରିକ (୩୨) ତାଙ୍କୁ ବାରଣ କରିଥିଲେ। ତେବେ ଏଥିରେ ଦୀନେଶ ଉତ୍ତେଜିତ ହୋଇ ଅଧ୍ୟାପକଙ୍କୁ ମୁଥ ମାରିଥିଲେ। ଛାତ୍ରଙ୍କ ମୁଥରେ ଅଧ୍ୟାପକ ଶ୍ରୀ ବାରିକ ପଡିଯାଇଥିଲେ ଓ ନିକଟରେ ଥିବା ଟେବୁଲରେ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସହକର୍ମୀ ଓ ଛାତ୍ରଛାତ୍ରୀମାନେ ତୁରନ୍ତ ଝାରସୁଗୁଡା ଡାକ୍ତରଖାନା ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

- Advertisement -

ଘଟଣା ଘଟିବା ଦିନ ସମ୍ପୃକ୍ତ ଛାତ୍ରକୁ ପୁଲିସ ଅଟକ ରଖି ହତ୍ୟା ଉଦ୍ୟମ ଅଭିଯୋଗରେ କୋର୍ଟ ଚାଲାଣ କରିଥିଲା ଓ ପରେ ସେ ଜାମିନରେ ଆସିଥିଲା। କିନ୍ତୁ ଏବେ ଏହି ମାମଲା ୩୦୨ (ହତ୍ୟା)ରେ ପରିବର୍ତ୍ତନ ହୋଇଥିବା ଥାନାଧିକାରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories