ଲାଞ୍ଜିଗଡ଼: ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼, ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ଆରୋହଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। କମ୍ପାନିର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ୱାରା ପରିଚାଳିତ ଏକ ମେଣ୍ଟରିଙ୍ଗ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନରେ ସହାୟକ ହେବ। ଛାତ୍ର ଛାତ୍ରୀମାନେ ସିଧାସଳଖ କମ୍ପାନିର ବିଶେଷଜ୍ଞ ପେଶାଦାରଙ୍କ ସହ ଯୋଗାଯୋଗ କରିପାରିବେ ଓ ସେମାନଙ୍କ ବୃତିକୁ ଆଗକୁ ବଢାଇବା ଲାଗି ସୂଚନାଯୋଗ୍ୟ ତଥ୍ୟ ପାଇପାରିବେ। ଏହି ପ୍ରୟାସ ମାଧ୍ୟମରେ କମ୍ପାନୀ ଛାତ୍ର ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଉପଯୁକ୍ତ ପ୍ରେରଣା ଯୋଗାଇବେ।
ବେଦାନ୍ତ ଲାଞ୍ଜିଗଡ଼ କ୍ରମାଗତ ଭାବେ ଗୁଣାତ୍ମକ ଶିକ୍ଷା ପାଇଁ ଗୋଷ୍ଠୀର ଉନ୍ନତି ଉପରେ ଧ୍ୟାନ ଦେଇଥାଏ। ଆରୋହଣ କାର୍ଯ୍ୟକ୍ରମ ହେଉଛି ଯୁବକ ଛାତ୍ର ଓ ବେଦାନ୍ତ ଲାଞ୍ଜିଗଡ଼ର ବରିଷ୍ଠ ପେଶାଦାରଙ୍କ ସହିତ ପାରସ୍ପରିକ ଏକ ଆଲୋଚନା ଅଧିବେଶନ। ବର୍ତ୍ତମାନ ସୁଦ୍ଧା କମ୍ପାନିର ସିଏସଆର ଓ ବାଣିଜ୍ୟକ କାର୍ଯ୍ୟକ୍ରମ ଦ୍ୱାରା ପରିଚାଳିତ ଅଧିବେଶନ ଅଂଶଗ୍ରହଣ ଦେଖିବାକୁ ମିଳିଛି। ଲାଞ୍ଜିିଗଡ଼ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ୩ଟି ଅଧିବେଶନରୁ ଉପକୃତ ହୋଇଛନ୍ତି। କମ୍ପାନୀ ଆଗାମୀ ଦିନରେ ଏହାର ଆଇନ, ନିରାପତ୍ତା ଓ ସ୍ୱାସ୍ୟ୍ଥ୍ର ବିଭାଗରେ ଏହିପରି ଅଧିବେଶନ କରିବାକୁ ଲକ୍ଷ୍ୟ ରଖିଛି। ବେଦାନ୍ତ ଲିମିଟେଡର ଆଲୁମିନା ବିଜିନନେସର ଡେପୁଟି ସିଇଓ ଶ୍ରୀ ଜିଜି ପାଲ କହିଛନ୍ତି ଯେ ପରିବର୍ତ୍ତନଶୀଳ ବିକାଶ ଓ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧିରେ ଶିକ୍ଷା ହେଉଛି ଚାବି। ଏହି ପଦକ୍ଷେପ ଯୁବକମାନଙ୍କ ମଧ୍ୟରେ ପ୍ରଭାବ ସୃଷ୍ଟି କରିବାକୁ ଆମର ଏହି ପ୍ରଚେଷ୍ଟା ପ୍ରତିଫଳିତ। ଗୁଣାତ୍ମକ ଶିକ୍ଷା ଓ ସୁଯୋଗ ମାଧ୍ୟମରେ ଆମେ ସେମାନଙ୍କୁ ସମର୍ଥନ କରିବାକୁ ଚେଷ୍ଟା କରୁଛୁ, ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତ ଜୀବନ ଉଜ୍ଜ୍ୱଳ ହୋଇପାରିବ।
ଶ୍ରୀମତୀ ଶ୍ୱେତା ପ୍ରସାଦ ଶିକ୍ଷୟିତ୍ରୀ ଡିଏଭି ବେଦାନ୍ତ ସ୍କୁଲ ନିଜର ମତବ୍ୟକ୍ତ କରି କହିଛନ୍ତିଯେ ସର୍ବଭାରତୀୟ ସ୍ତରର ଶିକ୍ଷାର ମହତ୍ୱକୁ ବୁଝି ଛାତ୍ର ଛାତ୍ରୀମାନେ ନିଜ କ୍ୟାରିୟରକୁ ବାଛିବା ଓ ସ୍ୱାଧୀନ ଭାବେ ନିଷ୍ପତି ନେବାକୁ ସକ୍ଷମ ହେବା ଉଚିତ। ବେଦାନ୍ତ ପକ୍ଷରୁ ଆୟୋଜିତ ଏହି ଅଧିବେଶନ ସେମାନଙ୍କୁ ପ୍ରେରଣା ଦେବ। ଅଧିବେଶନରେ ସାମୁହିକ ପ୍ରୟାସର ଗୁରୁତ୍ୱ, ସମାଜର ପରିବତର୍ତ୍ତନ ସହ ଖାପ ଖୁଆଇବା, ଗଠନାତ୍ମକ ଆତ୍ମ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ। ବିଶିଷ୍ଟ ନେତାମାନେ ସେମାନଙ୍କ ଜୀବନର ଅନୁଭୂତିକୁ ଆଦାନ ପ୍ରଦାନ କରିଥିଲେ। ବେଦାନ୍ତ ଲାଞ୍ଜିଗଡ଼ ବିଭିନ୍ନ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଶିକ୍ଷାଗତ ବ୍ୟବସ୍ଥା ଉନ୍ନତି ଆଣିବା ପାଇଁ ପ୍ରୟାସ କରୁଛି। ଏହି ଜିଲ୍ଲାରେ ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭାବରେ ୨୦୦୬ରେ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ସ୍କୁଲ ପ୍ରତିଷ୍ଠା କରିଥିଲା। ଏଠାରେ ଗୁଣମାନର ଶିକ୍ଷା ସୁବିଧା ପ୍ରଦାନ କରାଯାଇଥାଏ। ଏହା ସହିତ ବେଦାନ୍ତର ଅତ୍ୟାଧୁନିକ ଅଙ୍ଗନବାଡି ନନ୍ଦଘର ଜରିଆରେ ସମାଜର ମହିଳା ଓ ଶିଶୁ କଲ୍ୟାଣ ପାଇଁ କମ୍ପାନି ପକ୍ଷରୁ ଯତ୍ନ ନିଆଯାଉଛି। ବେଦାନ୍ତ ଲାଞ୍ଜିଗଡ଼ ମଧ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଏହି ଜିଲ୍ଲାରେ ୨୧ଟି ସ୍କୁଲର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସହିତ ଏମଓୟୁ ସ୍ୱାକ୍ଷର କରିଛି। ସହଯୋଗର ଅଂଶ ଭାବରେ ସ୍କୁଲ ଗୁଡ଼ିକ ପାଠାଗାର, ବିଜ୍ଞାନ ଉପକରଣ, କମ୍ପ୍ୟୁଟର ଇତ୍ୟାଦି ସୁବିଧା ଯୋଗାଇ ଦିଆଯାଇଛି।



