www.samajalive.in
Monday, December 15, 2025
16.1 C
Bhubaneswar

କିଏ କରିଥିଲା ଏତେ ହତ୍ୟା ଏବେବି ତାହା ପ୍ରଶ୍ନବାଚୀ! ନିଠାରୀ ହତ୍ୟାକାଣ୍ଡ ଅଭିଯୁକ୍ତ ମନିନ୍ଦର ଏବଂ ସୁରେନ୍ଦ୍ରଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ

ନୂଆଦିଲ୍ଲୀ – ନିଠାରୀରେ ବହୁ ଶିଶୁ ଏବଂ ଜଣେ ଯୁବତୀଙ୍କୁ ଦୁଷ୍କର୍ମପରେ ହତ୍ୟା ଘଟଣାର ଅଭିଯୁକ୍ତ ମନିନ୍ଦର ଏବଂ ସୁରେନ୍ଦ୍ରଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟ ଏହି ଘଟଣାରେ ଦୁଇଜଣଙ୍କୁ ଦୋଷମୁକ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ ଖାରଜ କରିଛନ୍ତି । ୨୦୦୬ ମସିହାରେ ଏହି ଘଟଣା ଘଟିଥିଲା ।
ଉତ୍ତରପ୍ରଦେଶ ନଏଡାସ୍ଥିତ ନିଠାରୀ ଅଞ୍ଚଳରେ ମନିନ୍ଦର ଏବଂ ତାଙ୍କର ଘରୋଇ ସହାୟକ ସୁରେନ୍ଦ୍ର ଅନେକ ଛୋଟପିଲାଙ୍କ ହତ୍ୟାଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ତାଙ୍କ ଘର ପାଖ ନାଳରୁ ଅନେକ ହାଡ ଯବତ କରାଯାଇଥିଲା । ଏପରିକି ଜଣେ ୨୦ ବର୍ଷିୟ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା କଥା ପୁଲିସ କହିଥିଲା ।

ଏହି ହତ୍ୟାକାଣ୍ଡ ଏତେ ଜଘନ୍ୟ ଥିଲା ଯେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ନିମ୍ନ ଅଦାଲତ ଏହି ଘଟଣାରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ . ପରେ ଆହ୍ଲାବାଦ ହାଇକୋର୍ଟ ଏବଂ ୨୦୧୧ ମସିହାରେ ସୁପ୍ରିମକୋର୍ଟ ଏହି ଆଦେଶକୁ କାଏମ ରଖିଥିଲେ। ଏହି ଘଟଣାରେ ଅଙ୍ଗ ଚୋରା ଚାଲାଣ ରାକେଟ ସମ୍ପୃକ୍ତି ବିଷୟରେ ତଦନ୍ତ କରାଯାଇନଥିବା କଥା ଅଦାଲତ କହିଛନ୍ତି । ତେବେ ଏତେ ଶିଶୁ ଏବଂ ଯୁବତୀଙ୍କର ହତ୍ୟା କରାଯାଇଥିବା ବେଳେ କିଏ ଏହି ଘଟଣାରେ ସମ୍ପୃକ୍ତି ସେ ବିଷୟରେ ଏବେ ସମସ୍ତେ ଅନ୍ଧାରରେ ଅଛନ୍ତି । ଏହି ଘଟଣା ଏତେ ଭୟାନକ ଥିବା ଯାହା ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଯଦି ଏହି ଘଟଣାର ତଦନ୍ତ ଠିକ୍‌ ଭାବେ କରାଯାଇ ନାହିଁ ତଦନ୍ତକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଷୟରେ ସାଧାରଣଲୋକ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦାବି କରିଛନ୍ତି ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories