www.samajalive.in
Monday, December 15, 2025
14.1 C
Bhubaneswar

ଚୀନ୍‌ ରାଷ୍ଟ୍ରପତି ସି ପିଙ୍ଗ୍‌ଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ଏବେ ବିପଦରେ

ନୂଆଦିଲ୍ଲୀ – ଚୀନ୍‌ ରାଷ୍ଟ୍ରପତି ସି ପିଙ୍ଗଙ୍କ ସ୍ୱପ୍ନର ପ୍ରକଳ୍ପ ବିଆର୍‌ଆଇ, ବେଲ୍ଟ ଆଣ୍ଡ ରୋଡ ଯୋଜନା ଏବେ ଏକ ପ୍ରକାର ବନ୍ଦ ହେବା ସ୍ଥିତିରେ । ଏହା ଏକ ଟ୍ରିଲିୟନ ଡଲାରର ପ୍ରକଳ୍ପ । ଏହି ଫୋରମର ବୈଠକ ହେବା ପୂର୍ବରୁ ଏବେ ଅନେକ ପ୍ରଶ୍ନ ଉଠିଛି । ୨୦୧୭ରେ ବିଆର୍‌ଆଇ ପ୍ରକଳ୍ପ ପାଇଁ ସାରା ବିଶ୍ୱର ନେତା ଏକତ୍ରିତ ହୋଇଥିଲେ । ଏହି ପ୍ରକଳ୍ପ ସାହାଯ୍ୟରେ ଚୀନ୍‌ ସାରା ବିଶ୍ୱରେ ନିଜର ପ୍ରତିପତି ଜାହିର କରିବା ପାଇଁ ଚାହିଥିଲା । ସି ପିଙ୍ଗ୍‌ ଏହାକୁ ଶତାଦ୍ଦୀର ଶ୍ରେଷ୍ଠ ପ୍ରକଳ୍ପ ବୋଲି ନାମ ଦେଇଥିଲେ ।

ଏହି ପ୍ରକଳ୍ପ ପାଇଁ ଏକ ଟ୍ରିଲିୟନ ଅର୍ଥ ମିଳି ସାରିଛି । ହେଲେ ପ୍ରକଳ୍ପରେ ସାମିଲ ହୋଇଥିବା ବିଭିନ୍ନ ଦେଶଙ୍କ ଉତ୍ସାହ ହ୍ରାସ ପାଇଛି । ୨୦୧୮ ଠାରୁ ଚୀନ୍‌ରେ ଏହି ଦେଶମାନଙ୍କରେ ବିଭିନ୍ନ କାର୍ଯ୍ୟକଳାପ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଛି । ଆମେରିକା ସହ ମୁହାଁମୁହିଁ ହେବା ଏବଂ ସମ୍ପର୍କରେ ତିକ୍ତତା ଆସିବା ଯୋଗୁଁ ବିଭିନ୍ନ ଦେଶ ଏବେ ଚୀନ୍‌ ସହ ଏକାଠି ହେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ଇଟାଲୀ ମଧ୍ୟ ଏହି ପ୍ରକଳ୍ପରୁ ଓହରି ଯିବା ପାଇଁ ସଙ୍କେତ ଦେଇଛି ।

- Advertisement -

କୋଭିଡ୍‌ ପରେ ଚୀନ୍‌ର ଅର୍ଥବ୍ୟବସ୍ଥା ଏବେ ଖରାପ ଦିଗରେ ଗତି କରୁଥିବାରୁ ପ୍ରକଳ୍ପ ଏବେ ମୃତ ଅବସ୍ଥାରେ ବୋଲି ଚୀନ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଚୀନ୍‌ର ରାଷ୍ଟ୍ରପତି ଏଥିରେ ପୁଣି ଜୀବନଦାନ ପାଇଁ ଏକ ବୈଠକ ଡାକିଛନ୍ତି । ଏଥିରେ ଚୀନ୍‌ ସହ ରୁଷ୍‌, ହଙ୍ଗେରୀ, ଇଣ୍ଡୋନେସିଆ , ଆର୍ଜେଣ୍ଟିନା ଏବଂ ଥାଇଲାଣ୍ଡାର ଶାସକ ମୁଖ୍ୟ ସାମିଲ ହେବାର ସମ୍ଭାବନା ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories