www.samajalive.in
Sunday, December 7, 2025
26.1 C
Bhubaneswar

ଅଯୋଧ୍ୟା ମାମଲା​‌ରେ‌ ବିଚାରପତିଙ୍କୁ ଧମକାଇଥିଲା କଂଗ୍ରେସ: ମୋଦୀ

ଅଲୱର : ଅଯୋଧ୍ୟା ମାମଲାର ଶୁଣାଣି ଲାଗି ଉଦ୍ୟମ କରୁଥିବା ସୁପ୍ରିମକୋର୍ଟ ବିଚାରପତିଙ୍କୁ କଂଗ୍ରେସ ଡ଼ରାଇଥିଲା ଓ ଧମକାଇଥିଲା। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜସ୍ଥାନର ଅଲୱରଠାରେ ଏକ ନିର୍ବାଚନ ରାଲିକୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ମାମଲାର ଶୁଣାଣି ନ କରିବାକୁ ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ କଂଗ୍ରେସ ନେତା, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ଏନେଇ ସତ୍ୟପାଠ ଦାଖଲ କରିଥିଲେ। ତେବେ ଏହାକୁ ତତ୍କାଳୀନ ପ୍ରଧାନ ବିଚାରପତି ଗ୍ରହଣ ନ କରିବାରୁ ଅପ୍ରତ୍ୟାଶିତ ଭାବେ ତାଙ୍କ ବିରୋଧରେ କଂଗ୍ରେସ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଉଦ୍ୟମ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି।
ସିଧାସଳଖ କଂଗ୍ରେସର ଏହି ରାଜ୍ୟସଭା ସାଂସଦ (କପିଲ ସିବଲ)ଙ୍କ ନାମ ନ ନେଇ ମୋଦୀ କହିଛନ୍ତି ଯେ ଯେତେବେଳେ ଏହି ମାମଲାର ତ୍ବରିତ ଶୁଣାଣି ଲାଗି ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର ଉଦ୍ୟମ କରୁଥିଲେ ସେତେବେଳେ କଂଗ୍ରେସ ଅନ୍ୟ ୭ଟି ଦଳକୁ ଏକାଠି କରି ଜଷ୍ଟିସ୍ ମିଶ୍ରଙ୍କ ବିରୋଧରେ ‘ଦୁର୍ବ୍ୟବହାର ଓ କ୍ଷମତାର ଦୁରୁପଯୋଗ’ ଭଳି ଅଭିଯୋଗ ଉଠାଇ ଏହି ମହାଭିଯୋଗ ପ୍ରସ୍ତାବ ଆଣିଥିଲେ। ଯେତେବେଳେ ସଂପୃକ୍ତ ବିଚାରପତି କଂଗ୍ରେସର ରାଜନୈତିକ ଉଦେଶ୍ୟ ଅନୁଯାୟୀ ଅଯୋଧ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ଲାଗି ସମୟ ସାରଣୀ ପ୍ରସ୍ତୁତ କଲେନାହିଁ ଏବଂ ଏସବୁର ତ୍ବରିତ ଶୁଣାଣି ଲାଗି ପଦକ୍ଷେପ ଗ୍ରହଣ କଲେ ସେତେବେଳେ କଂଗ୍ରେସର ଏହି ରାଜ୍ୟସଭା ସାଂସଦ ମହାଭିଯୋଗ ପ୍ରସ୍ତାବ ଆଣିବାର ଧମକ ଦେଇ ଡରାଇଥିଲେ ବୋଲି ମୋଦି ସମାଲୋଚନା କରିଛନ୍ତି। ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ଗରିଷ୍ଠତା ରହିଥିବାର ପରୋକ୍ଷ ଧମକ ଦେଇ କଂଗ୍ରେସର ଏହି ରାଜ୍ୟସଭା ସାଂସଦ ନ୍ୟାୟିକ ବ୍ୟବସ୍ଥାକୁ ଭୟଭୀତ କରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ତେବେ କଂଗ୍ରେସର ଏହି ମହାଭିଯୋଗ ନୋଟିସ୍‌କୁ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ପ୍ରତ୍ୟାଖ୍ୟାନ କରିଥିଲେ। କେବଳ ସନ୍ଦେହ ଆଧାରରେ ଏଭଳି ପ୍ରସ୍ତାବକୁ ଗ୍ରହଣ କରାଯାଇପାରିବନି ବୋଲି ଉପରାଷ୍ଟ୍ରପତି ଯୁକ୍ତି ବାଢିଥିଲେ।
ମୋଦୀ କହିଛନ୍ତି ଯେ, କଂଗ୍ରେସ ଗଣତନ୍ତ୍ର ଓ ସମ୍ବିଧାନରେ ବିଶ୍ବାସ କରେନି। ସଂସଦକୁ ଅଚଳ କରିବା ସହ ଗୃହରେ ଆଲୋଚନା କରିବା ଚାହେଁନାହିଁ। ସଂପ୍ରତି କଂଗ୍ରେସ ଦେଶରେ ଯେଉଁ ଭୟଙ୍କର ତଥା ବିପଜ୍ଜନକ ଖେଳ ଆରମ୍ଭ କରିଦେଇଛି ତାହାକୁ ବୁଦ୍ଧିଜୀବୀ ବୁଝିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories