ସମ୍ବଲପୁର: ଡାକ ବିଭାଗ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୯ ଅକ୍ଟୋବର ରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଡାକ ସପ୍ତାହ ପାଳନ କରାଯାଉଛି। ଏହି କ୍ରମରେ ବୁଧବାର ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ଠାରେ ଫିଲାଟେଲି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଏକ ଫିଲାଟେଲି କୁଇଜ ପ୍ରତିଯୋଗିତା ଓ ଫିଲାଟେଲି କର୍ମଶାଳା ଆୟୋଜିତ ହୋଇଥିଲା। ଡାକ ଅଧିକ୍ଷକ ବିପିନ ବିହାରୀ ନେଗୀଙ୍କ ନେତୃତ୍ୱ ଓ ସହକାରୀ ଡାକ ଅଧିକ୍ଷକ ସମ୍ବିତ ସାହୁଙ୍କ ଉପସ୍ଥିତିରେ ଏହି କର୍ମଶାଳା ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶୀର୍ଷ ୩ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତା ପତ୍ରୀ ଏବଂ ବରିଷ୍ଠ ଶିକ୍ଷକ ହରିନାରାୟଣ ପଣ୍ଡାଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଡାକ ସହାୟକ ସତ୍ୟ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଜନ ସମ୍ପର୍କ ଅଧିକାରୀ ସମ୍ବଲପୁର ଡାକ ମଣ୍ଡଳ ଅରୁଣ କୁମାର ଲାଟା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



