ସମ୍ବଲପୁର: ଜିଲା ମାର୍ଷ୍ଟସ ଏଥେଲିଟିକ୍ସ ଏସୋସିଏସନ ଆନୁକୂଲ୍ୟରେ ୨୩ତମ ସୈରେନ୍ଦ୍ରୀ ନାୟକ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ କମିଶନର କଲୋନୀ ଖେଳ ପଡ଼ିଆ ଠାରେ ଆୟୋଜିତ ହେଉଛି। ଗତ ଶୁକ୍ରବାର ଉଦଘାଟିତ ଏହି ପ୍ରତିଯୋଗିତାରେ ବୁଧବାର ଷଷ୍ଠ ଦିବସରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀ ପବ୍ଲିକ ସ୍କୁଲ ଓ ବିକାଶ ଦି କନସେପ୍ଟ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଦିଲ୍ଲୀ ପବ୍ଲକି ସ୍କୁଲ ଦଳ ୨-୦ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ଯାଇଛି। ଦିଲ୍ଲୀ ପବ୍ଲିକ ସ୍କୁଲର ସୁରଜ କୁମାର ଓ ଏମ. ୠିଭରା ଗୋଲ କରିଥିବା ବେଳେ ବିକାଶ ସ୍କୁଲ ଦଳର ରଶ୍ମି ରଞ୍ଜନ ରଣାଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ପ୍ରେମ ରଞ୍ଜନ ପ୍ରଧାନ ପୁରସ୍କୃତ କରିଥିଲେ। ଖେଳକୁ ରେଫରୀ ରୂପେ ମଥୁରା ଓରାମ, ମନୋଜ ଭୋଇ, ସରୋଜ କିଷାନ ଓ ଜଲେନ୍ଧର ଓରାମ ପରିଚାଳନା କରିଥିଲେ। ଆସନ୍ତା ୧୪ ତାରିଖରେ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଖେଳାଯିବ।
Popular Categories



