www.samajalive.in
Sunday, December 14, 2025
23.1 C
Bhubaneswar

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଉଦ୍‌‌ଯାପନୀ ସମାରୋହ

ଚୌଦ୍ୱାର: ବିଜୁ ଜନତା ଦଳ ତରଫରୁ ଗତ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ କରା ଯାଇଥିବା ଜନ ସମ୍ପର୍କ ପଦଯାତ୍ରା ଉଦ୍‌‌ଯାପନୀ ସମାରୋହ ଚୌଦ୍ୱାରରେ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ ୧୦ ଦିନବ୍ୟାପି ଚାଲିଥିବା ଏହି ପଦଯାତ୍ରାର ଅନ୍ତିମ ଦିବସରେ ବୁଧବାର ଦିନ ପବିତ୍ର ବିରୂପା ନଦୀ କୂଳରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଅଞ୍ଚଳର ସମସ୍ତ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ଚୌଦ୍ୱାର ପୌରପାଳିକା ୧ ନମ୍ବର ୱାର୍ଡ଼ରୁ ୫ ନମ୍ବର ୱାର୍ଡ଼ ପର୍ଯ୍ୟନ୍ତ ଅଞ୍ଚଳ ପରିକ୍ରମା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ରାଜ୍ୟରେ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ଓ ଜନବିକାଶ ସମ୍ପର୍କରେ ଶେଭାଯାତ୍ରାକାରୀ ମାନେ ଲୋକ ମାନଙ୍କୁ ଅବଗତ କରାଇଥିଲେ।ପରେପରେ ଡ. ବିଶ୍ୱାଳଙ୍କ ପୌରୋହିତ୍ୟରେ ଗାନ୍ଧୀଛକସ୍ଥିତ ପୌର ଟାଉନ୍‌‌ହଲରେ ଆୟୋଜିତ ସାଧାରଣ ସଭାରେ ବିଧାୟକ ସୌଭିକ୍‌‌ ବିଶ୍ୱାଳ ଉଦ୍‌‌ବୋଧନ ଦେଇ ଦଳର ଲୋକାଭିମୁଖି କାର୍ଯ୍ୟକ୍ରମ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳୀୟ କର୍ମୀ ଓ ନେତୃ ମଣ୍ଡଳୀକୁ ଅନୁରୋଧ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories