ଗୁରୁଡ଼ିଝାଟିଆ: ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ରାଧାକିଶୋରପୁର ପଞ୍ଚାୟତର ରାଧାଦାମୋଦରପୁର ନିକଟରୁ ପଦଯାତ୍ରା ବାହାରି କଣ୍ଡରେଇ ଓ ରାଧାକୃଷ୍ଣପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଯୋଜନାର ବାସ୍ତବ ରୂପାୟନ ସମାଜର ତଳସ୍ତରର ଲୋକମାନଙ୍କ ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନର ଧାରାକୁ ବାସ୍ତବ ରୂପାୟନ ଦେବା ପଦଯାତ୍ରାର ଆଭିମୁଖ୍ୟ ବୋଲି ଯୁବନେତା ଶ୍ରୀ ସ୍ୱାଇଁ କହିଥିଲେ। ଜିଲ୍ଲା ପରିଷଦ ସଦସ୍ୟା ମିନତୀ ଗାଗରାଇ, ବିଧାୟକ ଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ବିଜୁ ଯୁବ ଜନତା ଦଳ ସଭାପତି ବିନୋଦ ମାଝି, କଣ୍ଡରେଇ ସରପଞ୍ଚ ଜ୍ଞାନ ରଞ୍ଜନ ଦାଶ, ବିଜୁ ଛାତ୍ର ଜନତାଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ଯୁବନେତା ନୃସିଂହ ଚରଣ ସାହୁ, ଖୁଣ୍ଟୁଣୀ ସମିତିସଭ୍ୟ ଗଗନ ପରିଡ଼ା, ଯୁବନେତା ଦୀପକ ସାହାଣୀ, ଇଂ ଆଶୁତୋଷ ମିଶ୍ର, ପ୍ରଣତି ନାୟକ, ବିଧାନଚନ୍ଦ୍ର ସ୍ୱାଇଁ, ମିତାରାଣୀ ରାଉତଙ୍କ ସହିତ ଦଳୀୟ କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଯୋଗ ଦେଇଥିଲେ।
Popular Categories



