ସମ୍ବଲପୁର: ଆଗାମୀ ଦଶହରା ଉପଲକ୍ଷେ ବିଦ୍ୟୁତ ସରବରାହକୁ ନିରନ୍ତର ରଖିବା ପାଇଁ ବିଜୁଳି ବିତରଣ କମ୍ପାନୀ ଟାଟା ପାୱର ପକ୍ଷରୁ ସମ୍ବଲପୁର ସହରର ପ୍ରାୟ ଅଧା ଅଞ୍ଚଳରେ ୬ ଘଣ୍ଟା ପାଇଁ ବିଜୁଳି କାଟ କରାଯିବ। ଟାଟା ପାୱାର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଦଶହରା ଉପଲକ୍ଷେ ପୁଟିବନ୍ଧ ସ୍ଥିତ ୩୩ କେଭି ଫିଡରର ରକ୍ଷଣା ବେକ୍ଷଣ ଗୁରୁବାର ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ କରାଯିବ। ଏଥି ପାଇଁ ଚାରଭାଟି, ଜେଲ ଛକ, କମିଶନର କଲୋନୀ, ହିରାକୁଦ କଲୋନୀ, ଜିଲା ପ୍ରଶାସନିକ କାର୍ଯ୍ୟାଳୟ, ଜିଲାପାଙ୍କ ବାସଭବନ, ଅଦାଲତ ଅଞ୍ଚଳ, ମ୍ୟୁନିସିପାଲିଟି ଛକ, ଦଲେଇପଡ଼ା, ସାକ୍ଷୀପଡ଼ା, ଗୋଲବଜାର, କଂସାରୀ ପଡ଼ା, ସାଲିଆ ବଗିଚା, କୁମ୍ଭାରପଡ଼ା, କୁଲୁଥକାନୀ, ଭୁତାପଡ଼ା, ସୁନାପାଲି, ମୋତିଝରନ, ଧନକଉଡା, ସିଟି ଷ୍ଟେସନ, ଧନୁପାଲି ଓ ଗୋବିନ୍ଦତୋଲା ଅଞ୍ଚଳରେ ଏହି ବିଦ୍ୟୁତ କାଟ ହେବ ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



