www.samajalive.in
Sunday, December 14, 2025
26.1 C
Bhubaneswar

ଜଳସାଥିଙ୍କ ଧନୁପାଲି ଥାନା ଘେରାଉ

ସମ୍ବଲପୁର: ବିଗତ ଦିନରେ କାନିଜୁରୀ ଅଞ୍ଚଳରେ ଜଳ ସଙ୍କଟକୁ ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟକୁ କିଛି ପୁରୁଷ ଓ ମହିଳା ପ୍ରତିବାଦ ପାଇଁ ଆସିଥିଲେ। ସେହି ସମୟରେ ଅଚାନକ ଯୁକ୍ତିତର୍କ ହେବାରୁ ମହିଳା ମାନେ ଯନ୍ତ୍ରୀଙ୍କୁ ମାଡ ମାରିଥିବାର ଅଭିଯୋଗ ଧନୁପାଲି ଥାନାରେ ହୋଇଥିଲା। ଏହି ଘଟଣାର ୪ ଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ଜଳ ସାଥି ମାନେ ମଙ୍ଗଳବାର ପୁର୍ବାହ୍ନରେ ଧନୁପାଲି ଥାନା ଘେରାଉ କରିଥିଲେ। ଦୀର୍ଘ ସମୟ ଧରି ଥାନା ଘେରାଉ କରିବା ସହିତ ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଥିଲେ। ଥାନାଧିକାରୀ ବିହିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଧନୁପାଲି ଥାନା ଘେରାଉ କରିବା ପରେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ୱାଟକୋ ଜଳ ସାଥି ସଂଘର ବିଲାସିନି ପ୍ରଧାନ, ପୁଷ୍ପା ବାବୁ, ଭାରତୀ ପତି, ଦିପାଞ୍ଜଳି ବେରିହା, କଲ୍ପନା ପଟେଲ, ସଞ୍ଜୁ ବାଦି, ମମତା ନାଗ, ପିଙ୍କି ମହାକୁଡ, ଏକାନ୍ତି ସେଠ, ଅନିତା କୁମ୍ଭାର, ରିତା ଜେନା, ରାଧା ରେଡ୍ଡୀ, ସୁନିତା ସିଂହଙ୍କ ସମେତ ଅନେକ ସଦସ୍ୟାଙ୍କ ଦସ୍ତଖତ ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories