ସମ୍ବଲପୁର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଲା ମାନଙ୍କର ଶିକ୍ଷାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ଏବଂ ନଂ. ୨ ସମ୍ବଲପୁରରେ ଉତ୍କର୍ଷତା ଅନୁସରଣ ପୂର୍ବକ କାର୍ୟ୍ୟ କରିଆସୁଅଛି। ୧୯୬୫ ମସିହାରେ ଓଡିଶାରେ ପ୍ରତିଷ୍ଠିତ ପ୍ରଥମ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୧ ରହିଛି। ଶିକ୍ଷାର ଆବଶକ୍ୟତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପର୍ଣ କାର୍ୟ୍ୟ ଯୋଗୁଁ ଶିକ୍ଷାନଗରୀ ବୁର୍ଲା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୨ ସ୍ଥାପନ ହୋଇପାରିଛି। ତେବେ ଓଡ଼ିଶାର ଦ୍ୱିତୀୟ ରାଜଧାନୀ ବୋଲାଉଥିବା ସମ୍ବଲପୁର ସହରରେ ପ୍ରତିରକ୍ଷା ଏବଂ ପାରା-ସାମରିକ କର୍ମଚାରୀଙ୍କ ସମେତ କେନ୍ଦ୍ରୀୟ ଅନୁଷ୍ଠାନ ଗୁଡିକରେ ସ୍ଥାନାନ୍ତରିତ କାର୍ୟ୍ୟରତ କର୍ମଚାରୀ ଏବଂ ଜିଲାର ପିଲା ମାନଙ୍କର ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବା ପାଇଁ ସମ୍ବଲପୁରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧, ଅବିଭାବକ ସଂଘ ଦାବି କରିଛି। ଏ ସମ୍ପର୍କରେ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦେଶ୍ୟରେ ଜିଲାପାଳ ଅନ୍ୟନ୍ୟା ଦାସଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଆଞ୍ଚଳିକ କାର୍ୟ୍ୟାଳୟ, ଭୁବନେଶ୍ୱର ଅଧୀନରେ ସମୁଦାୟ ୬୧ ଟି ବିଦ୍ୟାଳୟ କାର୍ୟ୍ୟ କରୁଥିବା ବେଳେ ଖୋର୍ଦ୍ଧା ଜିଲାରେ ରାଜଧାନୀ ଭୁବନେଶ୍ୱର ସମେତ ଏକାଧିକ ଜିଲାରେ ୨ ରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ଏଣୁ ଜିଲାରେ ବସବାସ କରୁଥିବା ପିଲାମାନଙ୍କର ଶିକ୍ଷାର ଆବଶ୍ୟକତା ଏବଂ ସରକାରଙ୍କ ଶିକ୍ଷାର ବ୍ୟାପକତାକୁ ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷ ୨୦୨୪- ୨୫ ଠାରୁ ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୩ ଖୋଲିବାକୁ ଭାରତ ସରକାର ବିହିତ ପଦକ୍ଷେପ ନେବାକୁ ଅବିଭାବକ ସଂଘ ଅନୁରୋଧ କରିଛି। ଏହା ସହିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧ ର ବିଭିନ୍ନ ସମସ୍ୟା ତାର ସମାଧାନ ପାଇଁ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଜିଲାପାଳ ଙ୍କ ଜରିଆରେ ଦିଆଯାଇଥିଲା। ଅଭିଭାବକ ସଂଘ ସଭାପତି ସରୋଜ ଦେଓ ଙ୍କ ନେତୃତ୍ୱରେ ସରୋଜ ସାହୁ, ଦୁଲାଲ ଚନ୍ଦ୍ର ରାୟ, ଭାରତୀ ସାହୁ, ବିରାଜ ମିଶ୍ର, ଶ୍ରୀମନ୍ତ ପଣ୍ଡା, ପ୍ରକାଶ ପ୍ରଧାନ, ରାମଦାସ ପଣ୍ଡା, ସୁବ୍ରତ ପତି, ସୁଶାନ୍ତ ମହାପାତ୍ର, ସୁମନ୍ତ ପଣ୍ଡା, କାନନ ନାଗ ପ୍ରମୁଖ ସ୍ମାରକ ପତ୍ର ପ୍ରଦାନ ପୁର୍ବକ ଜିଲାପାଳ ଶ୍ରୀମତୀ ଦାସଙ୍କ ସହିତ ଆଲୋଚନା କରିଥିଲେ।
Popular Categories



