www.samajalive.in
Monday, December 15, 2025
27.1 C
Bhubaneswar

ଜାତୀୟ ସେବା ଯୋଜନା ପକ୍ଷରୁ ମେଗା ରକ୍ତଦାନ ଶିବିର

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ମଙ୍ଗଳବାର ଦିନ ନୂତନ ସମ୍ମିଳନୀ କକ୍ଷ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ ଓ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି ଶିବିରକୁ ଉଦଘାଟନ କରିଥିଲେ। ଏଥିରେ ଏନଏସଏସ ସ୍ବେଚ୍ଛାସେବୀଙ୍କ ସହ ବହୁ ସଂଖ୍ୟାରେ ବିଦ୍ୟାର୍ଥୀ, ଅଧ୍ୟାପକ ଓ କାର୍ମଚାରୀ ମାନେ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ବ୍ଲଡ ଟ୍ରାନସଫ୍ୟୁଜନ ବିଭାଗର ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରରୁ ୧୦୬ ୟୁନିଟ ରକ୍ତ ସଂଗୃହିତ ହୋଇଛି। ସକାଳୁ ଏନଏସଏସ ପକ୍ଷରୁ ରକ୍ତଦାନ ଶିବିରକୁ ନେଇ କ୍ୟାମ୍ପସରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିଥିଲେ। ଏନଏସଏସ ସଦସ୍ୟମାନେ ବିଭିନ୍ନ ବିଭାଗ ବୁଲି ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ ଓ ଏହାର ମହତ୍ବ ସଂପର୍କରେ ବୁଝାଇଥିଲେ।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories