www.samajalive.in
Monday, December 15, 2025
27.1 C
Bhubaneswar

ବିଏସଏଫ ଯବାନ ପାଟ୍ରୋଲିଂବେଳେ ଗଛମୁଳରୁ ଠାବ କଲେ ୫ ବୋମା, ନିଷ୍କ୍ରିୟ କଲା ସ୍ବତନ୍ତ୍ର ଟିମ୍

ମାଲକାନଗିରି: ପଡ଼ିଆ ବ୍ଲକ କମାରଗୁଡ଼ା ଗାଁ ଜଙ୍ଗଲରୁ ୫ ବୋମା ଠାବ କରାଯାଇଛି। ଏକ ଗଛମୂଳେ ପଡ଼ିଥିବା ୫ ଜିଲାଟିନ ବୋମା ଠାବ କରିଛି ବିଏସଏଫ। ଯବାନମାନେ ପାଟ୍ରୋଲିଂ କରୁଥିଲାବେଳେ ମେଟାଲ ଡିଟେକ୍ଟର ଯୋଗେ ବୋମା ପାଇଛନ୍ତି। ସ୍ବତନ୍ତ୍ର ଟିମ ପକ୍ଷରୁ ଠାବ କରାଯାଇଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି।

ମିିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲା ସୀମାବର୍ତ୍ତୀ ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ଗ୍ରାମ ଜଙ୍ଗଲରେ ବିଏସଏଫ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଏକ ଗଛ ମୂଳରୁ ୫ଟି ଜିଲେଟିନ ବୋମା ଠାବ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ନିଷ୍କ୍ରିୟ କରିଛନ୍ତି।

- Advertisement -

ପଡ଼ିଆ ସ୍ଥିତ ୧୪୨ ବାଟାଲିଅନ୍ ବିଏସ୍ଏଫ୍ ଯବାନମାନେ ଦୁର୍ଗମ ମାଟେରୁ ପଞ୍ଚାୟତର ପର୍ସନପଲ୍ଲୀ ଲିଙ୍କ୍ ରୋଡ୍‌ ଠାରୁ ଅଢ଼େଇ କିମି ଦୂରରେ ଥିବା କମାରଗୁଡ଼ା ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଗଛ ମୂଳରେ ୫ଟି ବୋମା ରଖାଯାଇଥିବା ଜାଣିବାକୁ ପାଇଥିଲେ। ମେଟାଲ ଡିଟେକ୍ଟର ସାହାଯ୍ୟରେ ସେମାନେ ବୋମା ଗୁଡ଼ିକୁ ଠାବ କରିଥିଲେ ଏବଂ ଏକ ସ୍ବତନ୍ତ୍ର ଟିମ ସହାୟତାରେ ସମସ୍ତ ବୋମା ନିଷ୍କ୍ରିୟ କରିଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories