www.samajalive.in
Monday, December 15, 2025
14.1 C
Bhubaneswar

ଖାରବେଳଙ୍କୁ ମାଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର: କାଶୀପୁରରେ ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ ମାଡ ମରାଯିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହା ସହ ଖାରବେଳ ସ୍ବାଇଁ କାହିଁକି ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି ଏବଂ ଏହା ପଛରେ କାହାର ହାତ ରହିଛି ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାୟଗଡ ଜିଲା କାଶୀପୁର ବ୍ଳକରେ ଭାଗ୍ୟ ପରିବର୍ତନ ସଭା ଚାଲିଥିବା ବେଳେ ଜଣେ ଯୁବକ ମଞ୍ଚ ଉପରକୁ ଆସି ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ କରିଥିଲେ । କାହାକୁ ପଚାରି ଏଠାରେ ସଭା କରୁଛ ବୋଲି ଖାରବେଳଙ୍କୁ ପ୍ରଶ୍ନ କରିଥିଲେ । ଅଶ୍ଳୀଳ ଭାଷାରେ ଖାରବେଳ ସ୍ବାଇଁଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ମୁହଁକୁ ମାଡ ମାରିଥିଲେ । ଯାହାର ଭିଡିଓ ଖାରବେଳ ସ୍ବାଇଁ ଫେସବୁକ୍ ପେଜରେ ସେୟାର କରିଥିଲେ । ଏହି ଘଟଣାର କିଛି ସମୟ ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଗତକାଲି ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରି ପଚରାଉଚରା ଚଳାଇଛି ।

- Advertisement -

ଅନ୍ୟପକ୍ଷରେ ବିଜେଡି ଦଳ ପକ୍ଷରୁ ଏଭଳି ବାରମ୍ବାର ତାଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ଖାରବେଳ ଅଭିଯୋଗ କରିଥିଲେ । ହେଲେ ଏହି ଅଭିଯୋଗକୁ ବିଜେଡି ଦଳ ପକ୍ଷରୁ ଖଣ୍ଡନ କରାଯିବା ସହ ନିନ୍ଦା କରାଯାଇଛି । ଖୋଦ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଏହାର ତଦନ୍ତ ଭାର କ୍ରାଇମବ୍ରଞ୍ଚକୁ ହସ୍ତାନ୍ତର କରିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ବିଭିନ୍ନ ମହରେ ତୀବ୍ର ନିନ୍ଦା କରାଯାଇଛି । ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା ବିଜେଡିକୁ କଡା ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କ ପାଣ୍ଠିରେ ପରିଚାଳିତ ବିଜୁ ଗୁଣ୍ଡା ବାହିନୀ ବାରମ୍ବାର ହିଂସା ଘଟାଉଥିବା ସେ ନିଜ ଟ୍ୱିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି । ସେହିଭଳି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ କ୍ଷୋଭ ପ୍ରକାଶ କରିଥିଲେ । ପିସିସି ସଭାପତି ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories