www.samajalive.in
Sunday, December 14, 2025
26.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସଜନା ଶାଗର ବ୍ୟବହାର

ସାଧାରଣତଃ ଆମେ ଜାଣନ୍ତି ଯେ, ଶାଗ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଡାକ୍ତର ମଧ୍ୟ ଦୈନିକ ଶାଗ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ତେବେ ସମସ୍ତ ଶାଗ ମଧ୍ୟରୁ ସଜନା ଶାଗ ଅନ୍ୟତମ। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପଯୋଗୀ। ସଜନାଶାଗ, ଫୁଲ ବା ଛୁଇଁରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ଅଧିକାଂଶ ଲୋକଙ୍କର ଖୁବ୍ ପ୍ରିୟ ହୋଇଥାଏ। ଯାହାକି ବେଶ୍ ପୁଷ୍ଟିକର ମଧ୍ୟ। ହେଲେ ଆପଣ ଜାଣନ୍ତି, ଶରୀରକୁ ବିଭିନ୍ନ ପୋଷକ ତତ୍ତ୍ୱ ଯୋଗାଉଥିବା ଏହି ସଜନାରେ ଅନେକ ସୌନ୍ଦର୍ଯ୍ୟବୃଦ୍ଧି ଉପାଦାନ ମଧ୍ୟ ଭରି ରହିଛି। ତେବେ ଚାଲନ୍ତୁ ଜାଣିବା ସଜନା କିପରି ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ –

– ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣ ସଜନା ଶାଗକୁ ଫେସ୍ ପ୍ୟାକ୍ ଭାବେ ମଧ୍ୟ ବ୍ୟବହାର କରି ପାରିବେ। ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ସଜନାଶାଗକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏହି ଗୁଣ୍ଡରୁ ଏକ ଚାମଚ ନେଇ ଅଧା ଚାମଚ ଲେମ୍ବୁରସ, ଏକ ଚାମଚ ମହୁ ଏବଂ ଗୋଲାପ ଜଳ ସହ ମିଶାଇ ମୁହଁରେ ଲଗାନ୍ତୁ। ୧୦ ମିନିଟ୍ ରଖିବା ପରେ ନଖ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ବାରା ଚର୍ମ କୁଞ୍ଚନ ସମସ୍ୟା ଦୂର ହେବା ସହ ମୁହଁ ଉଜ୍ବଳ ଦେଖାଯାଏ। ଏଥିସହିତ ମୁହଁର ଯୁବାପଣ ମଧ୍ୟ ଅକ୍ଷୁର୍ଣ୍ଣ ରହେ।

- Advertisement -

– ମୁହଁକୁ ଗୋରା କରିବା ପାଇଁ ଓ ମୁହଁରୁ କଳା ଦାଗ ଦୂର କରିବା ପାଇଁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥା’ନ୍ତି। ହେଲେ ଆପଣ ଚାହିଁଲେ ସଜନାଶାଗ ପେଷ୍ଟ ଦ୍ବାରା ଏହି ସମସ୍ୟା ଦୂର କରି ପାରିବେ। ଏହା ତ୍ବଚାରୁ ଦାଗ ଲିଭାଇବା ସହ ତ୍ୱଚାକୁ ଉଜ୍ବଳ କରିବାରେ ସାହାଯ୍ୟ କରିଥାଏ।

– ସଜନାଶାଗ ପେଷ୍ଟକୁ ମଧ୍ୟ ଆପଣ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ଉପକୃତ ହେବେ।

– ସଜନାଶାଗ ଗୁଣ୍ଡକୁ ତ୍ବଚାରେ ଲଗାଇବା ସହ ଏହାକୁ ଖାଇଲେ ମଧ୍ୟ ତ୍ୱଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ସଜନା ଶାଗ ଓ ସଜନା ଛୁଇଁ ଖାଇବା ଦ୍ୱାରା ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଫଳରେ ବ୍ରଣ ଏବଂ ଅନ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

– ଏଥିରେ କୋଲାଜେନ୍ ପ୍ରୋଟିନ୍ ଭରି ରହିଥାଏ। ଫଳରେ ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ଚିକ୍କଣ ଓ ସୁନ୍ଦର ରହିଥାଏ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories