www.samajalive.in
Monday, December 15, 2025
14.1 C
Bhubaneswar

ରାମମନ୍ଦିର ନିର୍ମାଣ ନ କଲେ ବିଜେପି କ୍ଷମତାରୁ ହଟିବ: ଉଦ୍ଧବ

ଅଯୋଧ୍ୟା: ସରକାରରେ ଥିବା ବିଜେପି ଯଦି ରାମମନ୍ଦିର ନିର୍ମାଣ କରିବାରେ ବିଫଳ ହୁଏ ତେବେ ଦଳକୁ କ୍ଷମତା ହରାଇବାକୁ ପଡ଼ିବ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‍ରେ ଏଭଳି ଚେତାବନୀ ଦେଇଛନ୍ତି।
ଆରଏସ୍‍ଏସ୍‍ ଦ୍ୱାରା ଆୟୋଜିତ ବିଶାଳ ଧର୍ମ ସଭାରେ ଯୋଗ ଦେବାକୁ ଆସିବା ଅବସରରେ ଶ୍ରୀ ଠାକରେ କହିଛନ୍ତି ଯେ ରାମମନ୍ଦିର ନିର୍ମାଣ କରାଯିବ ବୋଲି ନିର୍ବାଚନ ପୂର୍ବରୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ଆଗାମୀ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଅଛି। ବିଜେପି ଯଦି ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୁଏ ତେବେ ଖୁବ୍‍ ଶୀଘ୍ର କ୍ଷମତାରୁ ଯିବ। ୨୦୧୯ରେ ଯେ କୌଣସି ଦଳ କ୍ଷମତାକୁ ଆସିଲେ ମଧ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କେହି ଅଟକାଇ ପାରିବେନି। ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଅଧ୍ୟାଦେଶ ଆଣନ୍ତୁ କିମ୍ବା ବିଧେୟକ ଆଣନ୍ତୁ, ଶିବସେନା ମନ୍ଦିର ନିର୍ମାଣ କରିବା ପାଇଁ ପ୍ରସ୍ତୁତ।
ରବିବାର ସକାଳୁ ଶ୍ରୀରାମଲାଲାଙ୍କ ଦର୍ଶନ ପରେ ଶ୍ରୀ ଠାକ୍‍ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ କେବଳ ବଡ଼ ଛାତି ନୁହେଁ ଛାତି ଭିତରେ ହୃଦୟ ଥିବା ଆବଶ୍ୟକ। ସମଗ୍ର ବିଶ୍ୱର ହିନ୍ଦୁମାନେ ଜାଣିବାକୁ ଚାହୁଁଛନ୍ତି କେବେ ଶ୍ରୀରାମ ମନ୍ଦିର ନିର୍ମାଣ ହେବ। ଖୁବ୍‍ ଶୀଘ୍ର ମନ୍ଦିର ନିର୍ମାଣର ତାରିଖ ଘୋଷଣା କରନ୍ତୁ। ବିମୁଦ୍ରାକରଣ ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଅନୁମତି ଆଣି ନ ଥିଲେ। ତେଣୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମୋଦୀ ସରକାର କାହିଁକି ସୁପ୍ରିମକୋର୍ଟଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି? ହିନ୍ଦୁଙ୍କ ଧର୍ମୀୟ ଭାବନା ସହିତ ଆଉ ବେଶିଦିନ ଖେଳିବା ଠିକ୍‍ ନୁହେଁ ବୋଲି ଶ୍ରୀ ଠାକ୍‍ରେ ଚେତାବନୀ ଦେଇଛନ୍ତି।
ସାମ୍ବାଦିକଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଠାକ୍‍ରେ କହିଛନ୍ତି ଯେ କେବଳ ରାମମନ୍ଦିର ନିର୍ମାଣ ବ୍ୟତୀତ ଅଯୋଧ୍ୟା ଗସ୍ତ ପଛରେ ଅନ୍ୟ କୌଣସି ‘ହିଡେନ୍‍ ଏଜେଣ୍ଡା’ ନାହିଁ। ପ୍ରଧାନମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାକୁ ସେ ଏଠାକୁ ଆସିଛନ୍ତି। ସାଧୁମାନଙ୍କୁ ଭେଟିବା ବେଳେ ସେ କହିଥିଲେ ଯେ ଯେଉଁ ଲକ୍ଷ୍ୟ ନେଇ ସେ ଆସିଛନ୍ତି ତାହା ସଫଳ ହେବାକୁ ସାଧୁସନ୍ଥ ମାନେ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ।
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଶ୍ରୀ ଠାକ୍‍ରେ କହିଛନ୍ତି ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ‘ମନ୍ଦିର ଥିଲା, ଅଛି ଓ ରହିବ’ ବୋଲି ଯୋଗୀ କହିଥିଲେ। କିନ୍ତୁ ଆମର ଦୁର୍ଭାଗ୍ୟ ଯେ ଆମେ ମନ୍ଦିର ଦେଖିପାରୁନୁ। ଖୁବ୍‍ଶୀଘ୍ର ରାମମନ୍ଦିର ନିର୍ମାଣ କରିବାକୁ ଶ୍ରୀ ଠାକରେ ଆହ୍ୱାନ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories