ସାଇବର ସଚେତନତା ପାଇଁ ‘ସାଇକ୍ଲୋଥନ’ ଶୋଭାଯାତ୍ରା

ସମ୍ବଲପୁର: ସାରା ରାଜ୍ୟରେ ଅକ୍ଟୋବର ୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ସାଇବର ଠକେଇର ଶିକାର ହେବାରୁ ବଞ୍ଚାଇବା ଓ ସଚେତନତା ଲକ୍ଷ୍ୟ ନେଇ ସାଇବର ସଚେତନତା ଅଭିଯାନ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି। ଏହି କ୍ରମରେ ଏବେ ସାରା ରାଜ୍ୟର ୩୦ଟି ଜିଲାରେ ସାଇବର ସଚେତନତା ରଥ ବୁଲିବା ସହିତ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ କରାଯାଉଛି। ଏହି କ୍ରମରେ ସମ୍ବଲପୁର ଜିଲାର ବିଭିନ୍ନ ଥାନାଞ୍ଚଳରେ ସାଇବର ସଚେତନତା ରଥ ବୁଲୁଥିବା ବେଳେ ଜନତାଙ୍କୁ ଅଧିକ ସାଇବର ସୁରକ୍ଷା ପାଇଁ ସଚେତନ କରିବା ନିମନ୍ତେ ସମ୍ବଲପୁର ଠାରେ ଏକ ସାଇକ୍ଲୋଥନ ଶୋଭାଯାତ୍ରାର ଆୟୋଜନ କରାଯାଇଛି।

prayash

ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ସବୁଜ ପତାକା ଦେଖାଇ ଏହି ସାଇକ୍ଲୋଥନ ରାଲିକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କ ସଂଯୋଜନାରେ ଏଥିରେ ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଜନତା ଓ ପୁଲିସ କର୍ମଚାରୀ ମାନେ ସାମିଲ ହୋଇ ଲକ୍ଷ୍ମୀ ଟକିଜ ଛକରୁ ଅଇଁଠାପାଲି ଛକ ପର୍ଯ୍ୟନ୍ତ ସାଇକ୍ଲୋଥନ ଶୋଭାଯାତ୍ରାରେ ଯାଇଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟ ତଥା ଦେଶରେ ସାଇବର ଅପରାଧର ବୃଦ୍ଧିହାର ଅନ୍ୟାନ୍ୟ ଅପରାଧିକ ଘଟଣା ଅପେକ୍ଷା ଅତ୍ୟନ୍ତ ଦ୍ରୃତ ରହିଛି।

ଏଥି ପାଇଁ ସାଇବର ଠକେଇରୁ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ଏବେ ସମ୍ବଲପୁର ଜିଲାର ସମସ୍ତ ୯ଟି ବ୍ଲକ ଓ ୨୨ଟି ଥାନାଞ୍ଚଳରେ ସଚେନତା କାର୍ଯ୍ୟକ୍ରମ ଜାରି ରହିଛି। ବିଶେଷ କରି ସାଇବର ଠକେଇରୁ କିଭଳି ଲୋକ ମାନେ ବର୍ତ୍ତି ପାରିବେ ସେ ନେଇ ୨୯ଟି ଭିଡିଓ କ୍ଲିପ, ସ୍ୱତନ୍ତ୍ର ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯାଉଛି।

Comments are closed.