www.samajalive.in
Monday, December 15, 2025
16.1 C
Bhubaneswar

କଣ୍ଟାବାଞ୍ଜିରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ବଜେପି ରାଜ୍ୟ ସଭାପତି ମନମୋହଲ ସାମଲ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଥମେ ତୁରେକେଲା ବ୍ଲକର ଗାଁକୁ ଗାଁକୁ ଯାଇ ପବିତ୍ର କଳସରେ ମାଟି ସଂଗ୍ରହ କରିଥିଲେ ।ତୁରେକେଲା ବ୍ଲକର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜିତ ହୋଇଥିବା ମୋ ମାଟି ମୋ ଦେଶ ସ୍ୱତନ୍ତ୍ର ସଭା ପୂର୍ବରୁ ରାଜ୍ୟ ବିଜେପି ସଭାପତି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେଠାରୁ କଣ୍ଟାବାଞ୍ଜି ଆସି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରୁ ଏକ ବିଶାଳ ବାଇକ ରାଲିରେ ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ତଥା ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ  କର୍ତ୍ତବ୍ୟ ପଥ ଦିଲ୍ଲୀରେ ୧୪୦ କୋଟି ଜନସାଧାରଣଙ୍କ ଠାରୁ ନିଜ ନିଜ ଅଞ୍ଚଳର ମାଟିକୁ ନେଇ ଯେଉଁ ମହାନ ବ୍ୟକ୍ତି ଓ ମହାପୁରୁଷ ମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି ସ୍ମୃତି ଚିହ୍ନକୁ ନେଇ ଏକ ଅମୃତ ବାଟିକା କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସାମଲ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ,ସାଂସଦ ସଂଗୀତା କୁମାରୀ ସିଂ ଦେଓ,ଜିଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଲକ୍ଷ୍ମଣ ବାଗ ଉପସ୍ଥିତ ଥିଲେ ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories