www.samajalive.in
Monday, December 15, 2025
16.1 C
Bhubaneswar

ଜିଏମୟୁରେ ଜାତୀୟ ସମ୍ପାନ : ପ୍ରତ୍ନତତ୍ତ୍ୱ ଇତିହାସର ପ୍ରମୁଖ ଅଙ୍ଗ

ସମ୍ବଲପୁର :  ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟ ଓ ଆଇସିଏଚଆରର ପ୍ରଯୋଜନାରେ ଦ୍ୱିଦିବସୀୟ ଜାତୀୟ ସମ୍ପାନ ତଥା ଓଡିଶା ଇତିହାସ ପରିଷଦର ଆଞ୍ଚଳିକ ଅଧିବେଶନ ରବିବାର ସମ୍ପନ୍ନ ହୋଇଯାଇଛି । ପ୍ରଥମ ଦିବସରେ ଓଡିଶାରେ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଅଜଣା ଅଧ୍ୟାୟ ଉପରେ ୩ଟି ଅଧିବେଶନ ଆଲୋଚନା ହୋଇଥିବା ବେଳେ ରବିବାର ଓଡିଶାର ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ନୂତନ ଗବେଷଣା ଓ ଉପଲବ୍ଧି ବାବଦରେ ଆଲୋଚନା କରାଯାଇଥିଲା। ଆଇସିଏଚଆରର ପ୍ର. ହଳଧର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ୱିତୀୟ ଦିବସର ଉଦଘାଟନୀ ଉତ୍ସବରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୂଳପତି ପ୍ର. ଅର୍କ କେଶରୀ ଦାଶ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ରୂପେ ପ୍ର. ସଞ୍ଜୟ ଆଚାର୍ଯ୍ୟ, ଆଇସିଏଚଆରର ପ୍ର. ହରିହର ପଣ୍ଡା, ଡ. ସୁବାଷ ଚନ୍ଦ୍ର ବାରିକ, ଉପ କୂଳସଚିବ ପ୍ର. ଉମା ଚରଣ ପତି, ଇତିହାସ ବିଭାଗର ମୁଖ୍ୟ ଅତୁଲ କୁମାର ପ୍ରଧାନ ଓ ସନ୍ତୋଷ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ବିଶ୍ୱବିଦ୍ୟାଳୟର କୂଳପତି ପ୍ର. ଏନ. ନାଗାରାଜୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇତିହାସ ବିଭାଗର ମୁଖ୍ୟ ଅତୁଲ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଏହି ସମ୍ପାନ ଆୟୋଜିତ ହୋଇଥିଲା।

ଉତ୍ସବରେ ପ୍ରତ୍ନତତ୍ତ୍ୱ ଇତିହାସର ପ୍ରମୁଖ ଅଙ୍ଗ ବୋଲି ଅତିଥି ମାନେ କହିଥିଲେ । ଏହା ଇତିହାସ ଉଦଘାଟନ କରିଥାଏ ଏବଂ ସାକ୍ଷ୍ୟ ଓ ପ୍ରମାଣ ଆମକୁ ଯୋଗାଇ ଇତିହାସକୁ ଗତିଶୀଳ କରିଥାଏ। ଓଡିଶାର ଇତିହାସ ସମୃଦ୍ଧ ଏବଂ ଏଥିରେ ସମ୍ଭାବନା ଭରପୁର ରହିଛି। ବିଦେଶୀ ଲେଖକମାନେ ସେମାନଙ୍କ ଦୃଷ୍ଟିକୋଣରୁ ଲେଖିଥିବା ଇତିହାସର ବିଡମ୍ବନା ଓ ଅସତ୍ୟକୁ ଦୂର କରି ଆମକୁ ଅଜଣା, ସମୃଦ୍ଧ ଇତିହାସକୁ ଉଦଘାଟନ କରିବାକୁ ହେବ। ଏଥି ପାଇଁ ପ୍ରତ୍ନତାତ୍ତ୍ୱିକ ଅନ୍ୱେଷଣକୁ ତ୍ୱରାନ୍ୱିତ କରିବାକୁ ହେବ। ଯଥାର୍ଥ ଅନୁଧ୍ୟାନ, ଅଧ୍ୟୟନ ଓ ଅନୁଶୀଳନ ଜରିଆରେ ହିଁ ଇତିହାସକୁ ସଠିକ ଭାବରେ ଉପସ୍ଥାପନା କରାଯାଇ ପାରିବ। ସତ୍ୟର ଉଦଘାଟନ ସହ ଇତିହାସର ଯଥାର୍ଥ ପରିବର୍ତ୍ତନ ସମୟର ଆବଶ୍ୟକତା ଅଟେ।

- Advertisement -

କାର୍ଯ୍ୟକ୍ରମ ଅବସରରେ ଐତିହାସିକ ଡ. ଦଧିବାବନ ମିଶ୍ର, ଦୀପକ କୁମାର ପଣ୍ଡା, ଡ. ପତିତ ପାବନ ମିଶ୍ର ଓ ଡ. ଶଶାଙ୍କ ଶେଖର ପଣ୍ଡାଙ୍କୁ ଓଡିଶା ଇତିହାସ କଂଗ୍ରେସ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଉତ୍ସବରେ ଅନୁଷ୍ଠିତ ଅଧିବେଶନରେ ବିଶିଷ୍ଟ ଐତିହାସିକ, ଅଧ୍ୟାପକ, ଗବେଷକ ଓ ଲେଖକ ମାନେ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଅନ୍ୱେଷଣର ଉପଲବ୍ଧି ସଂକ୍ରାନ୍ତ ସନ୍ଦର୍ଭ ପାଠ କରିଥିଲେ। କଳାହାଣ୍ଡିର ଅସୁରଗଡ ଠାରେ ହୋଇଥିବା ଉତ୍ତଖନନ ଓ ଅନ୍ୟ ଗବେଷଣା ସମ୍ପର୍କରେ ମଧ୍ୟ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଅଧ୍ୟାପକ, ପ୍ରତିନିଧି ଓ ଛାତ୍ରଛାତ୍ରୀ ମାନେ ଏହି ଜାତୀୟ ସମ୍ପାନରେ ଅଂଶଗ୍ରହଣ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories