ସହଜ ବିଜୟରୁ ପାକିସ୍ତାନର ଅଭିଯାନ

ଲିଡ୍‌ଙ୍କ ଅଲରାଉଣ୍ଡର ପ୍ରଦର୍ଶନ ନିଷ୍ଫଳ; ରିଜ୍‌ୱାନ, ସକିଲଙ୍କ ଅର୍ଦ୍ଧଶତକ

ହାଇଦରାବାଦ୍‌: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣରେ ପାକିସ୍ତାନ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୮୧ରନରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମହମ୍ମଦ ରିଜ୍‌ୱାନ ଓ ସାଉଦ ସକିଲଙ୍କ ୬୮ରନ ଲେଖାଏଁ ବଳରେ ୨୮୬ରନ କରିଥିଲା। ଜବାବରେ ନେଦରଲାଣ୍ଡସ ବାସ୍‌ ଡି ଲିଡ୍‌ ୬୭ ଓ ବିକ୍ରମଜିତ୍‌ ସିଂହଙ୍କ ୫୨ ରନ ସତ୍ତ୍ବେ ୨୦୫ରନ କରିବାକୁ ସକ୍ଷମ ହୋଇଥିଲା।

prayash

୨୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନେଦରଲାଣ୍ଡସ ୨୮ରନରେ ପ୍ରଥମ ୱିକେଟ୍‌ ହରାଇଥିଲା। ଦ୍ବିତୀୟ ୱିକେଟରେ ବିକ୍ରମଜିତ ସିଂହ ଓ କଲିନ ଆଇକ୍‌ମ୍ୟାନ ସ୍କୋରକୁ ୫୦ରନରେ ପହଞ୍ଚାଇଥିଲେ। ଆଇକ୍‌ମ୍ୟାନ ୧୭ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ ବାସ୍‌ ଡି ଲିଡ୍‌ ଓ ବିକ୍ରମଜିତ୍‌ ୭୦ରନ ସଂଗ୍ରହ କରିଥିଲେ। ୧୨୦ରନ ସ୍କୋର ଥିବାବେଳେ ବିକ୍ରମଜିତ୍‌ ୫୨ରନ କରି ଆଉଟ୍‌ ହୋଇଥିଲେ। ଦଳ ୧୩୩ ରନରେ ୬ଟି ୱିକେଟ ହରାଇଥିଲା। ୬ଷ୍ଠ ୱିକେଟରେ ଲିଡ୍‌ ଓ ସାକିବ୍‌ ଜାକିଫ୍ୟୁର ସ୍କୋରକୁ ୧୫୮ରନରେ ପହଞ୍ଚାଇଥିଲେ। ଲିଡ୍‌ ୬୭ରନ କରି ଆଉଟ୍‌ ହୋଇଥିଲେ। ଦଳ ​‌େ​‌ଶଷ ୪ ୱିକେଟ ୪୭ରନ ମଧ୍ୟରେ ହରାଇବା ସହିତ ଓଭରରେ ୨୦୫ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ହାରିସ ରୈଫ ୩ଟି ୱିକେଟ ନେଇଥିଲେ।

ନେଦରଲାଣ୍ଡ୍‌ସ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୩୮ରନ ମଧ୍ୟରେ ୩ଟି ୱିକେଟ ହରାଇଥିଲା। ୪ର୍ଥ ୱିକେଟରେ ମହମ୍ମଦ ରିଜ୍‌ୱାନ ଓ ସାଉଦ୍‌ ସକିଲ ୧୨୦ ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୫୮ରନରେ ପହଞ୍ଚାଇଥିଲେ। ଦଳ ୩୦ରନ ମଧ୍ୟରେ ୩ଟି ୱିକେଟ ହରାଇଥିଲା। ସକିଲ ୬୮ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ରିଜ୍‌ୱାନ ଓ ଇଫତିକାର ଅହମ୍ମଦ ୧୪ରନ ଯୋଡିଥିଲେ। ସ୍କୋର ୧୮୨ରନ ଥିବାବେଳେ ରିଜ୍‌ୱାନ ୬୮ରନ କରି ଆଉଟ୍‌ ହୋଇଥିଲେ। ୧୮୮ରନରେ ୬ଷ୍ଠ ୱିକେଟର ପତନ ଘଟିଥିଲା। ସପ୍ତମ ୱିକେଟରେ ମହମ୍ମଦ ନୱାଜ ଓ ସାଦବ ଖାନ ୬୪ରନ ସଂଗ୍ରହ କରିଥିଲେ। ସ୍କୋର ୨୫୨ରନ ଥିବାବେଳେ ସାଦବ ୩୨ରନ କରି ଆଉଟ୍‌ ହୋଇଥିଲେ । ଦଳ ​‌େ​‌ଶଷ ୩ ୱିକେଟ ୩୪ରନ ମଧ୍ୟରେ ହରାଇବା ସହ ୪୯ ଓଭରରେ ୨୮୬ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ନେଦରଲାଣ୍ଡ୍‌ସ ପକ୍ଷରୁ ବାସ୍‌ ଡି ଲିଡ୍‌ ୪ଟି ୱିକେଟ ନେଇଥିଲେ।

kalyan agarbati

Comments are closed.