www.samajalive.in
Monday, December 15, 2025
16.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ୨ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ତରଫରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ‘ଉତ୍ତର-ଭାରତୀୟ ମହାସାଗରର ପରିବେଶ ଏବଂ ଜୈବ-ଭୂ-ରସାୟନ ଗୁଣାବଳୀ’ ଶୀର୍ଷକକୁ ଆଧାର କରି ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଗତ ଗୁରୁବାର ଦିନ ବିଶ୍ଵବିଦ୍ୟାଳୟର ପ୍ରଶାସନିକ ବିଭାଗର ସିନେଟ୍ ହଲରେ ଏହି ସମ୍ମିଳନୀ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋପାଳପୁର କୋଷ୍ଟ ଗାର୍ଡର ଡେପ୍ୟୁଟି କମାଣ୍ଡର ଧନଞ୍ଜୟ ମିଶ୍ର କୋଷ୍ଟ ଗାର୍ଡର କର୍ତ୍ତବ୍ୟ ଏବଂ ଉପକୂଳବାସୀଙ୍କୁ ପ୍ରଦାନ କରାଯାଉଥିବା ସୁରକ୍ଷା ଏବଂ ଗବେଷକଙ୍କ ପାଇଁ କୋଷ୍ଟ ଗାର୍ଡ ଦ୍ୱାରା ଯୋଗେଇ ଦିଆଯାଉଥିବା ବିଭିନ୍ନ ସୁଯୋଗ ବିଷୟରେ ଦୃଷ୍ଟିପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଗୋପାଳପୁର ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର ଯୋଗ ଦେଇ ସାମୁଦ୍ରିକ ବିଜ୍ଞାନର ବିଭିନ୍ନ ଅନୁସନ୍ଧାନ ମୂଳକ ଦୃଷ୍ଟି କୋଣ ଏବଂ ନିଜର ଏହି ବିଭାଗ ସହିତ ରହିଥିବା ଅଭିଜ୍ଞତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ଅବସରରେ ସାମୁଦ୍ରିକ ବିଜ୍ଞାନ ବିଭାଗର ‘ସ୍ମରଣିକା’ ଉନ୍ମୋଚିତ ହୋଇଥିଲା। ସମ୍ମିଳନୀରେ ବିଭିନ୍ନ ଅନୁଷ୍ଠାନ ରୁ ୧୬ ଜଣ ଗବେଷକ, ଛାତ୍ରଛାତ୍ରୀ, ଅଧ୍ୟାପକ ସନ୍ଦର୍ଭ ପାଠ କରିଥିଲେ। ଉଦ୍‌ଯାପନୀ ଉତ୍ସବ ରେ ଗୋପାଳପୁର ବନ୍ଦରର ଡେପୁଟି ଜେନେରାଲ ମ୍ୟାନେଜର ସଞ୍ଜୟ ଥୋରାଟ ଯୋଗଦାନ କରି ନିଜର ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories