www.samajalive.in
Monday, December 15, 2025
15.1 C
Bhubaneswar

ଆଖଣ୍ଡଳମଣିଙ୍କ ପୀଠରେ ୨ୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୯ରୁ ଭୂମିପୂଜନ ଓ ଯଜ୍ଞ

ଆରଡି : ଆରଡି ପୀଠ ରାଜ୍ୟର ଏକ ପୁରାତନ ଶୈବ କ୍ଷେତ୍ର ଭାବେ ପରିଚିତ । ଏହିପୀଠକୁ ନୂଆ ରୂପରେଖ ଦେବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୨୫କୋଟି ଟଙ୍କା ଯୋଗାଇ ଦେଇଥିଲେ । ଏବେ ପୀଠର ୨ୟ ପର୍ଯ୍ୟାୟ ଉନ୍ନୟନ ପ୍ରକଳ୍ପ ପାଇଁ ୪୨କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ଯେଉଁଥିରେ ମନ୍ଦିର ଓ ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହ ବହୁ ପ୍ରକଳ୍ପ ନିର୍ମାଣ କରାଯିବ । ଏହି କାର୍ଯ୍ୟ ପ୍ରାରମ୍ଭରୁ ଆସନ୍ତା ୯ରୁ ଅର୍ଥାତ ସୋମବାର ଠାରୁ ୩ଦିନ ଧରି ପୀଠରେ ଭୂମିପୂଜନ ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଶ୍ରୀକ୍ଷେତ୍ର ପୁରିଧାମ ସହ କେନ୍ଦ୍ରାପଡା ବଳଦେବଜୀଉ, ମା’ ବିରଜା, ଭଦ୍ରକାଳୀ ପୀଠରୁ ବ୍ରାହ୍ମଣମାନଙ୍କୁ ଆମନ୍ତ୍ରଣ କରାଯାଇଛି । ତାହାସହ ବହୁ ପ୍ରଶାସନିକ ଅଧିକାରୀ, ଜିଲାର ସାଂସଦ, ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିସହ ଭୂମିପୂଜନ ନିମନ୍ତେ ଫଳକ ଉନ୍ମଚୋନ କରାଯିବ। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ବେଢା ସମେତ ନାଟମଣ୍ଡପ, ଶ୍ରାବଣୀ ମଣ୍ଡପ, ସିଂହଦ୍ବାର ଆଦି ନୂଆରୂପ ପାଇ ଝଟକୁଥିବା ବେଳେ ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ ନିମନ୍ତେ ସାଇନସ୍ ପାର୍କ , ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ଆଦି କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories