ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ ହଲରେ ଆୟୋଜିତ ଏକ ସ୍ବତନ୍ତ୍ର ବକ୍ତବ୍ୟରେ ରାଜନୀତି ବିଜ୍ଞାନର ବିଶିଷ୍ଟ ଅଧିକାରୀ ତଥା ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ମୋତିହାରୀ ପୂର୍ବତନ କୁଳପତି ପ୍ରଫେସର ସଞ୍ଜୀବ କୁମାର ଶର୍ମା ବକ୍ତା ଭାବରେ ଯୋଗଦେଇଥିଲେ। ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଭାରତର ସମୃଦ୍ଧ ଜ୍ଞାନ ପରମ୍ପରା ସହିତ ଏହାର ଅନ୍ତର୍ନିହିତ ସମ୍ପର୍କ ବିଷୟରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ତଥା କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଗୀତାଞ୍ଜଳି ଦାଶ ଶିକ୍ଷା ନୀତି ଦ୍ଵାରା ଆଞ୍ଚଳିକ ଭାଷା ଯୋଗୁଁ ପାଠ ଶିଖିବା ଏବଂ ବୁଝିବାରେ କୌଣସି ପ୍ରତିବନ୍ଧକ ହେବ ନାହିଁ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଜାତୀୟ ଶିକ୍ଷା ନୀତିର ବୈଶ୍ୱିକ ଦୃଷ୍ଟିକୋଣକୁ ଆଲୋକିତ କରି ଆନ୍ତର୍ଜାତୀୟ ସ୍ତରରେ ଏହାର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ଏବଂ ଭାରତୀୟ ଜ୍ଞାନ ପରମ୍ପରା ଉପରେ ସ୍ୱତନ୍ତ୍ର ବକ୍ତବ୍ୟ
Popular Categories



