www.samajalive.in
Sunday, December 14, 2025
19.1 C
Bhubaneswar

ବିଶୃଙ୍ଖଳିତ ଆଚରଣ ପାଇଁ ବୁର୍ଲା ଭିସୁଟର ସହଯୋଗୀ ପ୍ରଫେସର ସସ୍ମିତା ପାଢ଼ୀଙ୍କୁ ବାଧ୍ୟତାମୁଳକ ଅବସର

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ବୋର୍ଡ଼ ଅଫ୍‌‌ ମ୍ୟାନେଜମେଣ୍ଟ ବୈଠକରେ ନିଷ୍ପତ୍ତି ଅନୁସାରେ କମ୍ପ୍ୟୁଟର ଏପ୍ଲିକେସନ ବିଭାଗର ସହଯୋଗୀ ପ୍ରଫେସର ସସ୍ମିତା କୁମାରୀ ପାଢ଼ୀଙ୍କୁ ଚାକିରୀରୁ ବାଧ୍ୟତାମୁଳକ ଅବସର ଦିଆଯାଇଛି। ତେବେ ଭିସୁଟର ଇତିହାସରେ ଏହା ପ୍ରଥମ ଘଟଣା ବୋଲି ସୁଚନା ହସ୍ତଗତ ହୋଇଛି। ଏହା ପୁର୍ବରୁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିଭାଗୀୟ ତଦନ୍ତ କରାଯାଇଥିଲା। ଏହି ତଦନ୍ତରେ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଦୋଷାରୋପ ସତ୍ୟ ପ୍ରତିପାଦିତ ହୋଇଥିଲା। ଏହିଠାରେ ଉଲ୍ଲେଖଯୋଗ୍ୟ କରାଯାଇ ପାରେ କି ଶ୍ରୀମତି ପାଢ଼ୀ ପୁର୍ବରୁ ତାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିଲେ। ତତ୍କାଳିନ ଭିସୁଟର କୁଳପତି ପ୍ରଫେସର ଅଟଳ ଚୌଧିରୀଙ୍କ ସମୟରେ ମଧ୍ୟ କେତେକ ଆପତ୍ତି ଅଭିଯୋଗ ସେହି ସମୟରେ ଚର୍ଚ୍ଚାର ପରିସର ଭୁକ୍ତ ହେବା ସହିତ ଅନେକ ବିବାଦ ମୁଣ୍ଡ ଟେକିଥିବା ଦୃଷ୍ଟାନ୍ତ ମଧ୍ୟ ରହିଛି। ତେବେ ବର୍ତ୍ତମାନର କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ସମୟରେ ମଧ୍ୟ କିଛି ବିବାଦିୟ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଥିବା ଦୃଷ୍ଟାନ୍ତ ରହିଛି। ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗ ଦସ୍ତାବିଜକୁ ବିଚାରକୁ ନେଇ ବିଶ୍ୱବିଦ୍ୟାଳୟ ବୋର୍ଡ଼ ଅଫ୍‌‌ ମ୍ୟାନେଜମେଣ୍ଟ ତାଙ୍କୁ ଚାକିରୀରୁ ବାଧ୍ୟତାମୁଳକ ଅବସର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ବିଶ୍ୱବିଦ୍ୟାଳୟର ନିୟମ ଓ ଓଡ଼ିଶା ସରକାରଙ୍କର ଚାକିରୀ ସର୍ତ୍ତାବଳି ଅନୁସାରେ ନିଆଯାଇଛି ବୋଲି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି। ଏହାକୁ ନେଇ ଆଜି ଭିସୁଟ କର୍ତ୍ତୃପକ୍ଷଙ୍କ ତରଫରୁ ଚିଠି ସଂଖ୍ୟା ୩୦୬୯/୨୦୨୩ ମାଧ୍ୟମରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏପରିକି ଉକ୍ତ ନିର୍ଦ୍ଦେଶନାମାରେ ସେ ରହୁଥିବା ଭିସୁଟର ସରକାରୀ କ୍ୱାର୍ଟର ନମ୍ବର ୩ଆର/୨୨ ତିିନି ମାସ ମଧ୍ୟରେ ଛାଡ଼ିବାକୁ ଉଲ୍ଲେଖ ରହିଛି। ଏପରିକି ତାଙ୍କୁ ବିଭାଗର ସମସ୍ତ ଦାୟିତ୍ୱରୁ ନିବୃତ କରାଯିବା ପାଇଁ ମଧ୍ୟ ଉଲ୍ଲେଖ ରହିଛି। ତେବେ ଭିସୁଟ ପକ୍ଷରୁ ଏପରି ପଦକ୍ଷେପ ପ୍ରଥମ ବୋଲି ସୁଚନା ହସ୍ତଗତ ହୋଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories