ଠାକୁରମୁଣ୍ଡା: ଠାକୁରମୁଣ୍ଡା ବଜାରର ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟା ବିଳମ୍ବିତ ହେଉଥିବା ବେଳେ ମଙ୍ଗଳବାର ଦିନ ଧର୍ମଶାଳା ନିକଟ ସରକାରୀ ଜାଗାକୁ ପ୍ରଶାସନ ଅଧିକାରୀ ମାନେ ବୁଲି ଦେଖିଛନ୍ତି। ପୂର୍ବରୁ ବସ ଷ୍ଟାଣ୍ଡ ନିମନ୍ତେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ ବୁଲି ଦେଖିଥିବା ବେଳେ ବସ ଷ୍ଟାଣ୍ଡ ସ୍ଥାନ ନିରୂପଣ ହୋଈ ପାରିନାହିଁ। ଠାକୁରମୁଣ୍ଡା ବଜାର ଭିତରେ ଥିବା ଧର୍ମଶାଳା ନିକଟ ଥିବା ସରକାରୀ ଜାଗାରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଗ୍ରାମ ସଭାରେ ଆଲୋଚିତ ହୋଈ ସେହି ସ୍ଥାନରେ ନିର୍ମାଣ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏ ବାବଦରେ ଠାକୁରମୁଣ୍ଡା ଗ୍ରାମ ପଞ୍ଚାୟତ ପକ୍ଷରୁ ଧର୍ମଶାଳା ନିକଟ ସରକାରୀ ଜାଗାରେ ବସ ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ, ଜିଲ୍ଲାପାଳଙ୍କୁ ଲିଖିତ ଜଣା ଯାଇଥିଲା। ଏହି ସ୍ଥାନ ବଜାର ମଧ୍ୟରେ ଥିବା କାରଣରୁ ଏଠାରେ ବସ ଷ୍ଟାଣ୍ଡ ନିମନ୍ତେ ଉପଯୁକ୍ତ ସ୍ଥାନ ବୋଲି ଦର୍ଶାଯାଇଥିଲା। ସ୍ଥାନୀୟ ଲୋକଙ୍କ ଦାବୀ ଅନୁଯାୟୀ ସେହି ସ୍ଥାନରେ ଅବରୋଧ ହଟାଇ ବସ ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବିତ ଧର୍ମଶାଳା ନିକଟ ସରକାରୀ ଜାଗାକୁ ଉପଜିଲ୍ଲାପାଳ ପ୍ରେମାନସୁ ଚାନ୍ଦ, ତହସିଲଦାର ସୁଶ୍ରୀ ସୁପ୍ରିୟା, ଠାକୁରମୁଣ୍ଡା ସରପଞ୍ଚ ଆଲୋକ ଦଙ୍ଗ, ଠାକୁରମୁଣ୍ଡା ରାଜସ୍ୱ ନିରୀକ୍ଷକ ଯାଇ ବୁଲି ଦେଖିଥିଲେ।
Popular Categories



