ଫୁଲବାଣୀ: ଗୋପାଳପୁର – ସମ୍ବଲପୁର ଭାୟା ଫୁଲବାଣୀ ରେଳ ପଥରୁ ଫୁଲବାଣୀକୁ ବାଦ୍ ପ୍ରତିବାଦରେ ପୁନର୍ବିଚାର କରିବାପାଇଁ ଗତ ଦିନରେ କନ୍ଧମାଳ ଜିଲାର ବିିଭିନ୍ନ ସଂଗଠନ ସହିତ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀ ସହିତ ଜିଲାପାଳଙ୍କ ସମେତ ବିିଭିନ୍ନ ସ୍ତରରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ନିକଯରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଥିଲେ। ସାତ ଦିନ ଭିତରେ ଉତ୍ତର ଚାହିଁଥିବା ବେଳେ ଆଜିକୁ ୧୭ ଦିନ ହେଲା ଉତ୍ତର ମିଳିଲା ନାହିଁ କିମ୍ବା ପୁନର୍ବିଚାର ହେଲା ନାହିଁ ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ କନ୍ଧମାଳ ବିଜେପି ଯୁବ ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ଜଗନ୍ନାଥ ସାହୁ ଏବଂ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହାର ଉତ୍ତର ପାଇଁ ଭୁବନେଶ୍ୱରରେ ପହଞ୍ଚି ଏକ ପଦଯାତ୍ରାରେ ଯାଇଥିଲେ ମଧ୍ୟ ନବିନ ନିବାସ ଫାଟକ ସାମ୍ନାରୁ ସଭାପତି ଏବଂ ସଂପାଦକଙ୍କୁ ଗିରଫ କରାଯାଇ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଛି। ଜିଲ୍ଲା ବାସିନ୍ଦାଙ୍କ ହକ୍ ପାଇଁ ଦାବି କରିବାକୁ ଯାଇ ସେମାନଙ୍କୁ ପୁଲିସ୍ ଅଟକ ରଖିବାକୁ ବିଭିିନ୍ନ ମହଲରେ ନିନ୍ଦା କରାଯାଇଛି। ତୁରନ୍ତ ସେମାନଙ୍କୁ ମୁକୁଳାଇବାକୁ ମଧ୍ୟ ଦାବି କରିଛନ୍ତି।
Popular Categories



