www.samajalive.in
Monday, December 15, 2025
14.1 C
Bhubaneswar

କୃପାସିନ୍ଧୁଙ୍କୁ କେବେ ମିଳିବ ଆବାସ ଘର

ହରଭଙ୍ଗା: ସରକାର ଗରିବ ଲୋକଙ୍କ ପାଇଁ ଗ୍ରାମୀଣ ଆବାସ, ମୋ ଘର, ମୋ କୁଡ଼ିଆ ଏଭଳି ଅନେକ ଯୋଜନାରେ ପକ୍କା ଘର ଖଣ୍ଡିଏ ଯୋଗାଇବା ବ୍ୟବସ୍ଥା କରିଛନ୍ତି। ମାତ୍ର ତୃଣମୂଳ ସ୍ତରରେ ସରକାରୀ ଯୋଜନା ପ୍ରକୃତ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା ଭଳି ବ୍ୟତିକ୍ରମର ଆଉ ଏକ ଚିତ୍ର ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ କଙ୍କଲା ଗ୍ରାମର କୃପାସିନ୍ଧୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କୃପାସିନ୍ଧୁ ନାଏକ ଜଣେ ଦିନମଜୁରିଆ ଭାବେ କାମ କରନ୍ତି। ପରିବାର କହିଲେ ବାପ ପୁଅ ଦୁଇଟି, ସ୍ତ୍ରୀ ଆନେକ ଦିନ ହେଲାଣି ଛାଡ଼ି ଚାଲିଯାଇଛନ୍ତି। ରହିବା ପାଇଁ ଘର ଖଣ୍ଡିଏ ପାଇଁ ପଂଚାୟତ ଠାରୁ ବ୍ଲକ ପ୍ରଶାସନ ପାଖରେ ହାରିଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନି। ତୁରନ୍ତ ବ୍ଲକ ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମାଜସେବୀ ପ୍ରମିଳ କୁମାର ଦନ୍ତା ଦାବୀ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories