www.samajalive.in
Monday, December 15, 2025
14.1 C
Bhubaneswar

ଦାବି ଜଣାଇବାକୁ ଯାଇ ୨ ଯୁବନେତା ଭୁବନେଶ୍ୱରରେ ଅଟକ

ଫୁଲବାଣୀ: ଗୋପାଳପୁର – ସମ୍ବଲପୁର ଭାୟା ଫୁଲବାଣୀ ରେଳ ପଥରୁ ଫୁଲବାଣୀକୁ ବାଦ୍ ପ୍ରତିବାଦରେ ପୁନର୍ବିଚାର କରିବାପାଇଁ ଗତ ଦିନରେ କନ୍ଧମାଳ ଜିଲାର ବିିଭିନ୍ନ ସଂଗଠନ ସହିତ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀ ସହିତ ଜିଲାପାଳଙ୍କ ସମେତ ବିିଭିନ୍ନ ସ୍ତରରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ନିକଯରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଥିଲେ। ସାତ ଦିନ ଭିତରେ ଉତ୍ତର ଚାହିଁଥିବା ବେଳେ ଆଜିକୁ ୧୭ ଦିନ ହେଲା ଉତ୍ତର ମିଳିଲା ନାହିଁ କିମ୍ବା ପୁନର୍ବିଚାର ହେଲା ନାହିଁ ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ କନ୍ଧମାଳ ବିଜେପି ଯୁବ ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ଜଗନ୍ନାଥ ସାହୁ ଏବଂ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହାର ଉତ୍ତର ପାଇଁ ଭୁବନେଶ୍ୱରରେ ପହଞ୍ଚି ଏକ ପଦଯାତ୍ରାରେ ଯାଇଥିଲେ ମଧ୍ୟ ନବିନ ନିବାସ ଫାଟକ ସାମ୍ନାରୁ ସଭାପତି ଏବଂ ସଂପାଦକଙ୍କୁ ଗିରଫ କରାଯାଇ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଛି। ଜିଲ୍ଲା ବାସିନ୍ଦାଙ୍କ ହକ୍ ପାଇଁ ଦାବି କରିବାକୁ ଯାଇ ସେମାନଙ୍କୁ ପୁଲିସ୍‌‌ ଅଟକ ରଖିବାକୁ ବିଭିିନ୍ନ ମହଲରେ ନିନ୍ଦା କରାଯାଇଛି। ତୁରନ୍ତ ସେମାନଙ୍କୁ ମୁକୁଳାଇବାକୁ ମଧ୍ୟ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories