ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତକୁ ମଦ ମୁକ୍ତ କରିବାକୁ ମହିଳା ମାନେ ଅଣ୍ଟା ଭିଡିଛନ୍ତି। ସର୍ଭଭାରତୀୟ ମହିଳା ସଂଗଠନର ନିର୍ଦ୍ଦେଶ କ୍ରମେ ମହିଳା ସଂଗଠନର ଜିଲ୍ଲା ସମ୍ପାଦକ ସଂଯୁକ୍ତା ସାମଲଙ୍କ ନେତୃତ୍ୱରେ ଶରଧାପୁର ଗ୍ରାମରୁ ମହିଳାମାନେ ନିଶାମୁକ୍ତି ଜନ ସଚେତନତା ଶୋଭାଯାତ୍ରା କରିଥିଲେ। ନିଶା ଠାରୁ ଦୂରେଇ ରହିବାକୁ ଆହ୍ବାନ ଦେବା ସହ ବିଭିନ୍ନ ନିଶାମୁକ୍ତି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିବା ସହ ଚୋରା ମଦ ବେପାରୀଙ୍କୁ କଡ଼ା ଚେତାବନୀ ଦେଇଥିଲେ ମହିଳା ମାନେ। ଆଗାମୀ ଦିନରେ ସର୍ବ ସାଧାରଣରେ ମଦ୍ୟ ପାନ ନିଷେଧ ହେବା ସହ ବେଆଇନ ନିଶା ବେପାର କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ସାମଲ ପ୍ରକାଶ କରିଛନ୍ତି। ଚାକୁଣ୍ଡାପାଳ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ମାନେ ସାମିଲ ହୋଇ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହିତ ମଦ ବନ୍ଦ କରିବା ପାଇଁ ଶତାଧିକ ମହିଳା ଏହି ମଦ ବିରୋଧି ଅଭିଯାନରେ ସାମିଲ ହୋଇ ଗ୍ରାମ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସରପଞ୍ଚ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯୁବ ସଂଗଠନର ଭୂବନାନନ୍ଦ ସର୍ଦ୍ଦାର ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ମୋ ପଞ୍ଚାୟତରେ ମଦ ଯେମିତି ବନ୍ଦ ହେଉ ଓ ଲୋକମାନେ ମଦରୁ ଦୂରେଇ ରହି ଉତ୍ତମ ସ୍ଵାସ୍ଥ୍ୟ ଜୀବନ ଯାପନ କରନ୍ତୁ ଗ୍ରାମର ମହିଳା ଓ ମା ମାନଙ୍କ ସହିତ ସ୍ଥାନୀୟ ସରପଞ୍ଚ ରକ୍ଷାମଣି ନାଏକ ଏଥିରେ ସାମିଲ ହୋଇ ଲୋକ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଗ୍ରାମର ୱାଡ ମେମ୍ବର ସୁଜାତା ନାଏକ, ମମତା ଦାସ, ପୂର୍ଣ୍ଣଚନ୍ଦ୍ର ନାଏକ, ଟଙ୍କଧର ମହାନ୍ତ, ମହିଳାଙ୍କ ସମତେ ଅନେକ ଯୁବ ପିଢ଼ି ଏହି ଅଭିଯାନରେ ସାମିଲ ହୋଇ ସହଯୋଗ କରିଥିଲେ।
Comments are closed.