ନ୍ୟାୟ ପାଇଁ ଧାରଣା ଦେଲେ ଦିବ୍ୟାଙ୍ଗ ଛାତ୍ର

ଭୁବନେଶ୍ବର :  ବିଜେବି କଲେଜରେ ନାମଲେଖାକୁ ନେଇ ଅଭିଯୋଗ ଆସିଛି । ସ୍ନାତକୋତ୍ତର (ପିଜି)ରେ ନାମଲେଖାଇବାର ୧୫ ଦିନ ପରେ ଏହାକୁ ବାତିଲ କରିଦିଆଯାଇଛି । ଏହାର ପ୍ରତିବାଦରେ ଦିବ୍ୟାଙ୍ଗ ଛାତ୍ର ଅଙ୍କିତ ମାଝୀ ବିଜେବି କଲେଜରେ ଧାରଣା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଚଳିତ ଶିକ୍ଷାବର୍ଷରେ ସେ ନାମ ଲେଖାଇବା ପରେ ତାଙ୍କ ନାମଲେଖା ବାତିଲ ହୋଇଛି । ସେ ଭୂଗୋଳ ବିଭାଗରେ ନାମ ଲେଖାଇଥିବା ବେଳେ ସେ ଏହି ବିଭାଗ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି। ଯଦି ସେ ଯୋଗ୍ୟ ନଥିଲେ ତେବେ କଲେଜ ତାଙ୍କର ନାମ ଲେଖାଇଥିଲା କିପରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି ନିଷ୍ପତ୍ତି ଯୋଗୁଁ ସେ ଏବେ କେଉଁଠି ନାମ ଲେଖାଇ ପାରିବେନି । ତାଙ୍କ ପାଠପଢାର ୧ ବର୍ଷ ବରବାଦ ହେଲା ବୋଲି ଅଭିଯୋଗ କରି ସେ ନ୍ୟାୟ ଦାବିରେ କଲେଜ କ୍ୟାମ୍ପସରେ ଧାରଣାରେ ବସିଥିଲେ । ହାତରେ ଏକ ପ୍ଲାକାର୍ଡ ଧରି ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଥିଲା।

Comments are closed.