www.samajalive.in
Monday, December 15, 2025
27.1 C
Bhubaneswar

ଅନିଶ୍ଚିତତା ଘେର ମଧ୍ୟରେ ନବନିର୍ମିତ ଟିକାବାଲି ସରକାରୀ ବସଷ୍ଟାଣ୍ଡ

ଫୁଲବାଣୀ: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ମାନଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ରାଜ୍ୟର ପ୍ରତ୍ୟେକ ବ୍ଳକ୍ ମୁଖ୍ୟାଳୟ ଠାରେ ଆମ ବସଷ୍ଟାଣ୍ଡ ଯୋଜନା ମାଧ୍ୟମରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ସରକାରୀ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି। ସେହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଟିକାବାଲି ଠାରେ ଓ.ଏସ୍.ଆର୍.ଟି.ସି ତରଫରୁ ଏକ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ଗତ ଅଗଷ୍ଟ ମାସ ୨୩ ତାରିଖ ଦିନ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉକ୍ତ ବସଷ୍ଟାଣ୍ଡକୁ ଉଦଘାଟନ କରିଥିଲେ। କିନ୍ତୁ ବସଷ୍ଟାଣ୍ଡ ଉଦଘାଟିତ ହେବାର ୧ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଯାହା ଦ୍ଵାରା ଯାତ୍ରୀ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଆବଶ୍ୟକ କର୍ମଚାରୀକୁ ନିଯୁକ୍ତି ଦେଇ ଉକ୍ତ ବସଷ୍ଟାଣ୍ଡକୁ ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ସହିତ ଟିକାବାଲି ଠାରୁ ରାଜ୍ୟର ପ୍ରମୁଖ ସହର ବ୍ରହ୍ମପୁର, ଜୟପୁର, ଭୁବନେଶ୍ୱର, କଟକ, ପୁରୀ, ନବରଙ୍ଗପୁର, ରାଉରକେଲା, ସମ୍ବଲପୁର, ଭବାନୀପାଟଣା, ଘଟଗାଁ, ବାରିପଦା, ଟିଟିଲାଗଡ଼ ଏବଂ ପାରଳାଖେମୁଣ୍ଡି ସହ ଅନ୍ୟାନ୍ୟ ଅଞ୍ଚଳକୁ ବସ୍ ଚଳାଚଳ କରିବା ଗଟାମାହା ଗ୍ରାମର ଯୁବ ଗବେଷକ ତଥା ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଏବଂ ସ୍ଥାନୀୟ ଜନସାଧାରଣ ମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories