www.samajalive.in
Monday, December 15, 2025
27.1 C
Bhubaneswar

ରାଜ୍ୟପାଳଙ୍କ ଦ୍ବାରା ମହିଳାଙ୍କ ପାଇଁ ସତ୍ୟସାଇ ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ୧୯୮୧ ମସିହାରେ ସତ୍ୟସାଇ ଟ୍ରଷ୍ଟ ଅଧୀନରେ ପ୍ରତିଷ୍ଠିତ ସତ୍ୟସାଇ ମହିଳା ମହାବିଦ୍ୟାଳୟ, ଓଡ଼ିଶା ବହୁ ବର୍ଷ ଧରି ମହିଳା ମାନଙ୍କର ମାନବିକ ମୂଲ୍ୟବୋଧ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଛାତ୍ରୀମାନଙ୍କୁ ସମ ସାମୟିକ କୌଶଳ ଶିକ୍ଷା ଦେବା ପାଇଁ ଅନୁଷ୍ଠାନରେ ଅନୁରୋଧ କ୍ରମେ ସତ୍ୟସାଇ ଟ୍ରଷ୍ଟ, ଓଡ଼ିଶା, ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳାମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରୁଛି।
ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଏହି ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ୧୪୦୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ବିସ୍ତୃତ ଏହି ପ୍ରସ୍ତାବିତ ଦକ୍ଷତା ବିକାଶ କେନ୍ଦ୍ର ପ୍ରଥମ ପର୍ୟ୍ୟାୟରେ ତଥ୍ୟ ସଂକଳନ, ଫ୍ୟାଶନ୍ ଡିଜାଇନ୍, ଖାଦ୍ୟ ପ୍ରକ୍ରିୟାକରଣ, ଜୈବିକ କୃଷି କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ କରିବ । ଏହି କାର୍ଯ୍ୟକ୍ରମରେ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ, ପ୍ରଶାନ୍ତିନିଳୟମର ପରିଚାଳନା ନ୍ୟାସୀ ଆର.ଜେ.ରତ୍ନାକର ଉପସ୍ଥିତ ଥିଲେ। ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ କର୍ଣ୍ଣାଟକ ଓ ଗୋଆର ଆୟକର ବିଭାଗର ମୁଖ୍ୟ କମିଶନର ଶ୍ରୀ ଜଷ୍ଟି କ୍ରୀଷ୍ଣା କିଶୋର ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଅନେକ ପ୍ରଶାସନିକ ଅଧିକାରୀ ତଥା କର୍ପୋରେଟ ବିଭାଗରୁ ଅନେକ ମାନ୍ୟଗଣ ବ୍ୟକ୍ତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣରେ ଯୁବତୀମାନଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ଉତ୍ତମ ପଦକ୍ଷେପ ପାଇଁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ ।ଏହି ପରିପ୍ରେକ୍ଷୀରେ  ଆର.ଜେ. ରତ୍ନାକର ଦେଶ ନିର୍ମାଣ ପାଇଁ ଯୁବ ମହିଳାମାନଙ୍କୁ ସମସ୍ତ ପ୍ରକାରର ଶିକ୍ଷା ପ୍ରଦାନ ନିମନ୍ତେ ଶ୍ରୀ ସତ୍ୟସାଇ ବାବା ଦେଇଥିବା ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶାର ରାଜ୍ୟ ସଭାପତି ଡ଼. ସତ୍ୟ ସ୍ୱରୂପ ପଟ୍ଟନାୟକ ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ଶ୍ରୀ ସତ୍ୟସାଇ ବାବା ପ୍ରଦାନ କରିଥିବା ବାର୍ତ୍ତାକୁ ଫଳପ୍ରସୂ କରିବା ପାଇଁ ଉପସ୍ଥିତ ସମାବେଶକୁ ଆହ୍ଵାନ କରିଥିଲେ । ୫୦୦ରୁ ଅଧିକ ବ୍ୟକ୍ତି ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories