www.samajalive.in
Sunday, December 7, 2025
14.1 C
Bhubaneswar

ହକି ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ

ଭୁବନେଶ୍ବର : ହକି ବିଶ୍ବକପ ପାଇଁ ଭୁବନେଶ୍ବର ଚଳଚଞ୍ଚଳ ହୋଇ ଉଠିଛି। ରାଜଧାନୀ ଭୁବନେଶ୍ବରକୁ ବିଭିନ୍ନ ବିଦେଶୀ ହକି ଦଳଙ୍କର ଆଗମନ ହେବାରେ ଲାଗିଛି। ନଭେମ୍ବର ୨୮ତାରିଖରେ ରାଜଧାନୀ ଭୁବନେଶ୍ବରରେ ହକି ବିଶ୍ବକପ ଆରମ୍ଭ ହେବ। ସେଥିପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ବରର ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ନିଆଯାଇଥିଲା। ଶୁକ୍ରବାର ଅପରାହ୍ନ ସମୟରେ ସ୍ପେନ ହକି ଦଳ ଭୁବନେଶ୍ବରରେ ପହଞ୍ଚିଥିଲେ। ବୁଧବାରରେ ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା ଓ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ବରରେ ପହଞ୍ଚିଥିଲେ। ଏହାସହ ଗୁରୁବାରରେ ମଧ୍ୟ ଫ୍ରାନ୍ସ ଓ ଚୀନ ଦଳ ପହଞ୍ଚିଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories