www.samajalive.in
Monday, December 15, 2025
24.1 C
Bhubaneswar

ଭୋଜିରେ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ

ଭୁବନେଶ୍ୱର : ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଉଦ୍ୟମ ଚଳାଇଥିବାବେଳେ ସହରର ଗଳି କନ୍ଦିରେ ଆୟୋଜିତ ଭୋଜିଭାତ ଏବେ ଏଥିରେ ବଡ ବାଧକ ସାଜିଛି। ଭୋଜିଭାତ ପରେ ଅଇଁଠାପତ୍ର ଠାରୁ ଆରମ୍ଭକରି ବଳକା ଖାଦ୍ୟ ସବୁକୁ ଆୟୋଜନକାରୀମାନେ ଏଣେ ତେଣେ ଫୋପାଡୁଥିବାରୁ ଏଥିରୁ କିଭଳି ମୁକ୍ତି ମିଳିବ ତାହା ଏବେ ବିଏମ୍‍ସି ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସମସ୍ୟାର ସମାଧାନ ଲାଗି କ୍ୟାଟରିଂ ଆେସାସିଏସନ ଅଫ ଓଡିଶା (ସିଏଓ) ପକ୍ଷରୁ ଜାତୀୟ କ୍ୟାଟେରର ଦିବସରେ ପ୍ରୟାସ ଆରମ୍ଭ ହୋଇଛି।
ସିଏଓ ପକ୍ଷରୁ ମଙ୍ଗଳବାର ଜାତୀୟ କ୍ୟାଟେରର୍ ଦିବସ ପାଳନ କରାଯାଇଥିଲା। ଅଧିକାଂଶ ଭୋଜିରେ ଲୋକେ ଖାଦ୍ୟ ନଷ୍ଟ କରୁଥିବା ନେଇ ଏହି ଅବସରରେ ଆେଲାଚନା ହୋଇଥିଲା। ସାମାଜିକ କାର୍ଯ୍ୟରେ ଖାଦ୍ୟର ଅପଚୟ” ଉପରେ ଆୟୋଜିତ ଆଲୋଚନାଚକ୍ରରେ ସମସ୍ତ ସଦସ୍ୟ ଅଂଶଗ୍ରହଣ କରି ଖାଦ୍ୟ ଅପଚୟ ରୋକିବା ଉପରେ ଗୁରୁତ୍ବାରୋପ କରିଥିଲେ। ଖାଦ୍ୟ ନଷ୍ଟ ନ କରିବା ଦିଗରେ ସଂରକ୍ଷଣ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ବ ରହିଛି ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ପ୍ରତିଦିନ ବିଶ୍ବରେ ୭୮୩ ନିୟୁତ ଲୋକ ଭୋକରେ ରହୁଥିବା ବେଳେ ଭାରତରେ ୪୦ ପ୍ରତିଶତ ପ୍ରତିଦିନ ଓଳିଏ ଖାଇବାକୁ ପାଆନ୍ତି ନାହିଁ । ସେହିପରି ଆମ ରାଜ୍ୟରେ ୩୭ ପ୍ରତିଶତ ଲୋକ ପ୍ରତିଦିନ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ରହୁଛନ୍ତି। ପ୍ରତ୍ୟେକ ସାମାଜିକ ଭୋଜି କିମ୍ବା ଅନ୍ୟ କାର୍ଯ୍ୟରେ ଅତିଥିମାନେ ଖାଦ୍ୟ ନଷ୍ଟ କରୁଛନ୍ତି। ଭୋଜିରେ ଖାଦ୍ୟ ନଷ୍ଟ ନକରିବା ପାଇଁ ଲୋକଙ୍କ ମଧ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଛୁ ବୋଲି ସଭାପତି ବିନୟ ଭୂଷଣ ପଟ୍ଟନାୟକ କହିଛନ୍ତି। ସମ୍ପାଦକ ଦେବୀ ପ୍ରସାଦ ରଥ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ୪ରେ ଗୋଆରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ କ୍ୟାଟେରର୍ ଆସୋସିଏସନର ବାର୍ଷିକ ସାଧାରଣ ବୈଠକରେ ଏହି ପ୍ରସଙ୍ଗ ଉତଥାପନ କରିବୁ। ଆଲୋଚନାଚକ୍ରରେ ଅଧ୍ୟକ୍ଷ ଅନୁପ ବାଗାଇ, ନବରଞ୍ଜନ ପଟ୍ଟନାୟକ, ସତ୍ୟଜିତ୍ ମହାନ୍ତି, କିଶୋର ଚନ୍ଦ୍ର ଦେହୁରୀ, ଏମ. ଜୟପ୍ରସାଦ ରାଓ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories