www.samajalive.in
Monday, December 15, 2025
24.1 C
Bhubaneswar

ପୁଅ ଆଣିଲା ଅଭିଯୋଗ : ଚନ୍ଦ୍ରବାବୁଙ୍କୁ ଜେଲରେ ହତ୍ୟା ଲାଗି ଷଡଯନ୍ତ୍ର

ବିଜୟୱାଡା : ଜେଲ୍‌ରେ ବନ୍ଦୀ ଥିବା ତେଲୁଗ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ହତ୍ୟା କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଥିବା ଅଭିଯୋଗ ହୋଇଛି। ଟିଡିପି ନେତା ତଥା ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ଗୁରୁବାର ଏପରି ଅଭିଯୋଗ କରିଛନ୍ତି। ଲୋକେଶ ଅଭିଯୋଗ କରିଛନ୍ତି ଯେ ରାଜମୁନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ତାଙ୍କ ପିତାଙ୍କୁ ବନ୍ଦୀ କରି ରଖାଯାଇଛି। ବନ୍ଦୀ ସମୟରେ ତାଙ୍କୁ ହତ୍ୟା କରିବା ଲାଗି ଜଗନ ମୋହନ ରେଡ୍ଡିଙ୍କ ନେତତ୍ବ ୱାଇଏସ୍‌ଆରସିପି ସରକାର ଷଡଯନ୍ତ୍ର କରିଛନ୍ତି। ଚନ୍ଦ୍ରବାବୁଙ୍କ ଭଳି ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ହତ୍ୟା କରି ଜଗନ ନିରଙ୍କୁଶ କ୍ଷମତା ଉପଯୋଗ କରିବାକୁ ଚାହୁଁଛନ୍ତି। ଚନ୍ଦ୍ରବାବୁ ରହିଥିବା ଜେଲ୍‌ରେ ମଶା ଉପଦ୍ରବ ବୃଦ୍ଧି ପାଇଥିବାବେଳେ ଏହାର କୌଣସି ପ୍ରତିକାର କରାଯାଉ ନାହିଁ। ନିକଟରେ ଭେଙ୍କଟ ସତ୍ୟନାରାୟଣ ନାମରେ ଜଣେ ବିଚାରାଧୀନ କଏଦୀ ଜେଲ୍‌ରେ ଡେଙ୍ଗୁ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ତେଣୁ ଚନ୍ଦ୍ରବାବୁଙ୍କୁ ଅନୁରୂପ ଢଙ୍ଗରେ ହତ୍ୟା କରିବାର ଯୋଜନା କରାଯାଇଛି। ତେବେ ଜେଲ୍‌ରେ ତାଙ୍କ ପିତାଙ୍କର କୌଣସି ପ୍ରକାର ମୃତ୍ୟୁ ହେଲେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦାୟୀ ରହିବେ ବୋଲି ସେ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories