www.samajalive.in
Sunday, December 14, 2025
19.1 C
Bhubaneswar

ରାମମାଧବଙ୍କ ବିବାଦୀୟ ମନ୍ତବ୍ୟ; ପାକିସ୍ତାନ ନିର୍ଦେଶରେ ହୋଇଛି ପିଡିପି-ଏନ୍‍ସି ମେଣ୍ଟ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସରକାର ଗଠନ ନେଇ ପିଡିପି ଓ ଏନ୍‍ସି ମଧ୍ୟରେ ମେଣ୍ଟକୁ ନେଇ ଉଭୟ ଦଳ ମଧ୍ୟରେ ବାକ୍‍ଯୁଦ୍ଧ ଜୋର୍‍ ଧରିଛି। ପାକିସ୍ତାନ ପ୍ରରୋଚନାରେ ରାଜ୍ୟରେ ସରକାର ଗଠନ ଲାଗି ଦୁଇ ପ୍ରମୁଖ ଶତ୍ରୁ ଦଳ ନ୍ୟାସନାଲ କନଫରେନ୍ସ (ଏନ୍‍ସି) ଏବଂ ପିଡିପି ହାତ ମିଳାଇଛନ୍ତି ବୋଲି ମନ୍ତବ୍ୟ ଦେଇ ବିଜେପି ଜାମ୍ମୁ-କାଶ୍ମୀର ପ୍ରଭାରୀ ରାମମାଧବଙ୍କୁ ଶେଷରେ ଛେପ ଢୋକିବାକୁ ପଡିଛି। ଅଭିଯୋଗ ପ୍ରମାଣ ନିମନ୍ତେ ଏନ୍‍ସି ନେତା ଓମାର ଅବ୍‍ଦୁଲ୍ଲା ସର୍ବସାଧାରଣରେ ଆହ୍ୱାନ ଦେବାରୁ ରାମମାଧବ ଶେଷରେ ନିଜ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି।
ରାଜ୍ୟରେ ସରକାର ଗଠନ ଲାଗି ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ପିଡିପି ଓ ଏନ୍‍ସି ହାତ ମିଳାଇବା ପରେ ବିଜେପି ଏହାକୁ ତାଚ୍ଛଲ୍ୟ କରିଥିଲା। ଏହି ମେଣ୍ଟ ପଛରେ ପାକିସ୍ତାନର ପ୍ରରୋଚନା ନିହିତ ବୋଲି ରାମମାଧବ ଏବଂ ତାଙ୍କ ଦଳ ପକ୍ଷରୁ ବାରମ୍ବାର ମନ୍ତବ୍ୟ ଦିଆଯାଇଥିଲା। ସୀମାପାର ନିର୍ଦେଶକ୍ରମେ ଉଭୟ ଦଳ ଗତ ମାସରେ ରାଜ୍ୟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିଥିଲେ। ଯେଉଁଥିପାଇଁ ବୁଧବାର ରାତିରେ ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳ ସତ୍ୟପାଲ ମଲିକ ନିଷ୍ପତ୍ତି ନେଇଥିଲେ ବୋଲି ରାମମାଧବ କହିଥିଲେ।
ଓମାର ତୁରନ୍ତ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଭିଯୋଗ ପ୍ରମାଣ କରିବାକୁ ରାମମାଧବଙ୍କୁ ଟ୍ୱିଟରରେ ଆହ୍ୱାନ ଦେଇଥିଲେ। ସେ ଲେଖିଥିଲେ ର’, ଏନ୍‍ଆଇଏ ଏବଂ ଗୁଇନ୍ଦା ବିଭାଗ ଉପରେ ବିଜେପିର ନିୟନ୍ତ୍ରଣ ରହିଛି, ଏଣୁ ଦଳ ଏହି ଅଭିଯୋଗର ପ୍ରମାଣ କରୁ। କାଶ୍ମୀର ପାଇଁ ତାଙ୍କ ଦଳର ୩ହଜାର କର୍ମୀ ପ୍ରାଣବଳୀ ଦେଇଛନ୍ତି। ରାମମାଧବଙ୍କ ମନ୍ତବ୍ୟ ସେମାନଙ୍କ ପ୍ରତି ଅପମାନ; ତେଣୁ ସେ କ୍ଷମା ମାଗନ୍ତୁ ବୋଲି ଓମାର ଦାବି କରିଥିଲେ।
ଓମାରଙ୍କ ଏହି ମନ୍ତବ୍ୟ ପରେ ରାମମାଧବ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଏହି ମନ୍ତବ୍ୟକୁ ହାଲକା ଭାବେ ଗ୍ରହଣ କରିବା ଉଚିତ। ଏହା ଦ୍ୱାରା ତାଙ୍କ ଦେଶଭକ୍ତି ପ୍ରତି ପ୍ରଶ୍ନ ଉଠାଯାଇ ନାହିଁ; ବରଂ ଏନ୍‍ସି ଓ ପିଡିପି ହଠାତ୍‍ ଯେଭଳି ଭାବେ ସରକାର ଗଠନ ଲାଗି ହାତ ମିଳାଇଲେ ତାହା ସ୍ୱାଭାବିକ ଭାବେ ସନ୍ଦେହ ସୃଷ୍ଟି କରିଛି। ଏହି ଦୁଇ ଦଳ ଆଗାମୀ ଲୋକସଭା ନିର୍ବାଚନ ଏକତ୍ର ଲଢ଼ି ସେମାନଙ୍କ ମେଣ୍ଟର ପବିତ୍ରତା ପ୍ରମାଣ କରନ୍ତୁ। ଏଥିସହ ମୁଁ ନିଜ ମନ୍ତବ୍ୟ ପ୍ରତ୍ୟାହାର କରୁଛି’ ବୋଲି ରାମମାଧବ କହିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories